ଅନୁଗୋଳ : ଅନୁଗୋଳରେ ଡବଲ୍ ଏନକାଉଣ୍ଟର। ଦୁଇ ସୁନା ଲୁଟେରାଙ୍କୁ ଏନକାଉଣ୍ଟର କଲା ଅନୁଗୋଳ ପୋଲିସ। ପୋଲିସ୍ ଗୁଳିରେ ୨ ସୁନା ଲୁଟେରା ସଚିନ୍ ଗେଜଗେ ଓ ପ୍ରକାଶ ମାଦନେ ଗୁରୁତର ଆହତ। ଦୁଇ ଅଭିଯୁକ୍ତ ହେଲେ ମହାରାଷ୍ଟ୍ରର। ସଚିନର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ପ୍ରକାଶର ବାମ ଗୋଡ଼ରେ ଗୁଳି ବାଜିଛି।
ହଣ୍ଡପା ଥାନା ଅନ୍ତର୍ଗତ ହଣ୍ଡପା ଜଙ୍ଗଲ ନିକଟରେ ଏହି ହୋଇଛି ଏନକାଉଣ୍ଟର। ଗତକାଲି ତାଳଚେରର ଏକ ଗୋଲ୍ଡ ରିଫାଇନାରୀରୁ ବିପୁଳ ପରିମାଣର ସୁନା ଲୁଟ୍ କରି ଫେରାର ହୋଇଯାଇଥିଲେ ୫ ଲୁଟେରା। ଏହାପରେ ଅପରାଧୀଙ୍କୁ ଧରିବା ପାଇଁ ପୁଲିସ୍ ଜିଲ୍ଲାର ସବୁ ପ୍ରବେଶ ପଥରେ ନାକାବନ୍ଦୀ କରିଥିଲା।
ହଣ୍ଡପା ନିକଟରେ ପୁଲିସ ସେମାନଙ୍କୁ ଠାବ କରିବା ସମୟରେ ସେମାନେ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ପୁଲିସର ପାଲଟା ଗୁଳିମାଡ଼ରେ ଦୁଇ ଅଭିଯୁକ୍ତ ଆହତ ହୋଇଛନ୍ତି। ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି।
Comments are closed.