ଗଜପତି ୩/୧୧ (ମନୋଜ କୁମାର ପାଢୀଙ୍କ ରିପୋର୍ଟ) :ପାରଳାଖେମୁଣ୍ଡିର ଜଣାଶୁଣା ବରିଷ୍ଠ ଆଇନଜୀବୀ ତଥା ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା ଏମ୍. ଗୋପାଳ ରାଓଙ୍କର ମଙ୍ଗଳବାର ୭୩ ବର୍ଷ ବୟସରେ ବଡ଼ଦାଣ୍ଡ ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସୂଚନା ଯେ ସେ ଗଜପତି ଜିଲ୍ଲା ବିଜେପିର ପ୍ରଥମ ସଭାପତି ଥିଲେ ଏବଂ କେହି ବିଜେପିକୁ ଭଲରୂପେ ପରିଚିତ ନଥିବା ବେଳେ ନିଜ ଖର୍ଚ୍ଚରେ ଜିଲ୍ଲାରେ ସଂଗଠନ ତିଆରି କରି ବୃଦ୍ଧି କରିଥିଲେ । ତାଙ୍କ ପ୍ରତି ଜିଲ୍ଲାବାସୀଙ୍କ ଅତ୍ୟନ୍ତ ଶ୍ରଦ୍ଧା ଓ ସମ୍ମାନ ରହିଥିଲା । ସେ ଜଣେ ବହୁତ ସ୍ନେହି ଓ ଭଲ ପାଇବା ବ୍ଯକ୍ତି ଥିବା ସହିତ ପାରସ୍ପରିକ ସ୍ନେହ, ସରଳ, ଶ୍ରଦ୍ଧା ଓ ଆତ୍ମୀୟତା ର ବିସ୍ବାଶି ଥିଲେ । ସବୁବେଳେ ଲୋକଙ୍କ ସହିତ ରହି ସେମାନଙ୍କ ସବୁ ସମସ୍ୟା ସମାଧାନରେ ସାହାଯ୍ୟ କରିବା ସହିତ ନିଜେ ଜଣେ ଭଲ କୃଷକ ଥିଲେ । ତାଙ୍କ ବିୟୋଗରେ ପାରଳାଖେମୁଣ୍ଡି ତଥା ଗଜପତି ଜିଲ୍ଲା ଜଣେ ଅଭିଜ୍ଞ ଆଇନଜୀବୀ, ବରିଷ୍ଠ ରାଜନୈତିକ ବ୍ୟକ୍ତିତ୍ୱ ଓ ଦରଦୀ ମଣିଷଙ୍କୁ ହରାଇଲା ବୋଲି ବରିଷ୍ଠ ଆଇନଜୀବୀ ପ୍ରସାନ୍ତ ପ୍ରଧାନ, ସତ୍ଯ ନାରାୟଣ ପାଢ଼ୀ, ଶିଶିର ଜେନ୍ନା, ରୂପେଶ ସାହୁ, ବାର କାଉସିଲ୍ ସଭାପତି ବାବୁ ନାୟକ, ବିଜେପି ନେତା ଜଗନ୍ନାଥ ମହାପାତ୍ର, ଚିତ୍ରି ସିମାଦ୍ରୀ, ପୂର୍ବ ବିଧାୟକ କେ. ନାରାୟଣ ରାଓ, ସାମ୍ବାଦିକ ସଞ୍ଜୁ ପାଢ଼ୀ ପ୍ରମୁଖଙ୍କ ସହିତ ବହୁ ବ୍ଯକ୍ତି ବିଶେଷ ପ୍ରକାଶ କରିଛନ୍ତି । ଏହି ଦୁଃଖଦ ସମୟରେ ତାଙ୍କ ପରିବାରବର୍ଗ ଓ ଆତ୍ମୀୟସ୍ୱଜନଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ପ୍ରଭୁ ବୋଲି ଶେଷ ବିଦାୟ ସମୟରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ବତନ ବିଧାୟକ କୋଡୁରୁ ନାରାୟଣ ରାଓ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.