ଭୁବନେଶ୍ୱର : ଏଣିକି ଗାଡି ଚାଳକଙ୍କୁ ମିଳିବ ମାଗଣା ଚା’। ରାତି ଅନିଦ୍ରା ହେଉଥିବା ଟ୍ରକ ଚାଳକଙ୍କୁ ରାସ୍ତା କଡରେ ଥିବା ଦୋକାନ ଓ ଢାବାରେ ମିଳିବ ମାଗଣା ଚା’। ଏନେଇ ଗୁରୁବାର ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିବା ନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ପକ୍ଷରୁ ସୂଚନା ମିଳିଛି। ମନ୍ତ୍ରୀ କହିଛନ୍ତି, ସଡକ ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗ ପକ୍ଷରୁ ଏହି ଅଭିନବ ପ୍ରୟାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ନିଦ ଛଡାଇବା ପାଇଁ ଚାଳକ ମାନେ ଚା’ ପିଇବା ସହ ହୋଟେଲ ଓ ଢାବାରେ ଆଶ୍ରୟ ନେଇ ପାରିବେ। ଚା’ ବାବଦକୁ ଖର୍ଚ୍ଚ ସରକାର ବହନ କରିବେ। ଦୁର୍ଘଟଣାରେ ଅନେକ ମୂଲ୍ୟବାନ ଜୀବନ ଚାଲି ଯାଉଛି। ଏହାକୁ ରୋକିବାକୁ ଏଭଳି ପ୍ରୟାସ ଆରମ୍ଭ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.