ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟରେ ପହଞ୍ଚିଛନ୍ତି। ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଏବଂ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ପାଇଁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏବଂ କହିଛନ୍ତି ଯେଉଁମାନେ ମୋତେ ଦେଖିପାରୁନାହାଁନ୍ତି, ମୁଁ ସେମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ଯେଉଁଠାରେ ଥାଆନ୍ତୁ ନା କାହିଁକି, ମୋ କଥା ଶୁଣନ୍ତୁ ଏବଂ କାହାକୁ ଆଗକୁ ବଢ଼ିବାକୁ ଦିଅନ୍ତୁ ନାହିଁ। ଆଜି ଅନେକ ଦୃଷ୍ଟିରୁ ଏକ ବିଶେଷ ଦିନ। ଏହା ଦେଶର ଉଜ୍ଜ୍ୱଳ ଭବିଷ୍ୟତ ଘୋଷଣା କରିବାର ଦିନ। ଏହା ବିଶ୍ୱାସର ଦିନ। ତୁମେ ଏକ ନୂତନ ଇତିହାସ ସୃଷ୍ଟି କରିଛ, ତୁମେ ପଦ୍ମ ଫୁଟାଇଛ,ଏବଂ ତୁମେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛ। ବର୍ଷ ବର୍ଷର ପରିଶ୍ରମ ସଫଳ ହୋଇଛି। ପ୍ରତିଟି ବିଜେପି କର୍ମୀଙ୍କ ଖୁସିରେ ମୁଁ ସାମିଲ। ଆଜିର ଦିନ ଅନେକ ଦୃଷ୍ଟିରୁ ଗୁରୁତ୍ଵପୂର୍ଣ୍ଣ। ଯାହା ଗଣତନ୍ତ୍ର ଉପରେ ଲୋକଙ୍କ ଭରସା ଦର୍ଶାଉଛି। ଆଜି କେବଳ ଗଣତନ୍ତ୍ରର ବିଜୟ ହୋଇନି, ସମ୍ବିଧାନ ବି ଜିତିଛି। ପଶ୍ଚିମବଙ୍ଗରେ ୯୩ ପ୍ରତିଶତ ମତଦାନ ଐତିହାସିକ। ଏଥିରେ ବି ମହିଳାଙ୍କ ଭାଗିଦାରୀ ଅଧିକ ରହିଛି। ଏଥିପାଇଁ ମୁଁ ନିର୍ବାଚନ ଆୟୋଗଙ୍କୁ ଧନ୍ୟବାଦ ଜଣାଉଛି। ଆପଣଙ୍କ ଅବଦାନ ସବୁଦିନ ପାଇଁ ମନେରହିବ। ବିହାର ଫଳାଫଳ ବେଳେ କହିଥିଲି ଗଙ୍ଗା ଏବେ ବଙ୍ଗକୁ ପ୍ରବାହିତ ହେବ। ଗଙ୍ଗୋତ୍ରୀରୁ ଗଙ୍ଗାସାଗର ସବୁଠି ପଦ୍ମ ଫୁଟିଲା। ଗଙ୍ଗା ଉପକୂଳରେ ଥିବା ସବୁ ରାଜ୍ୟରେ ପଦ୍ମ ଫୁଟିଛି। ଆମ ଉପରେ ଉଭୟ ଗଙ୍ଗା ଏବଂ ବ୍ରହ୍ମପୁତ୍ରଙ୍କ ଆଶୀର୍ବାଦ ନିଶ୍ଚୟ ରହିଛି। ଆସାମରେ ବିଜେପିକୁ ତୃତୀୟଥର ସମର୍ଥନ ମିଳିଛି।
Sign in
Sign in
Recover your password.
A password will be e-mailed to you.
Comments are closed.