ବାଲେଶ୍ୱର : କୁଆଡ଼େ ଗଲେ ନାବାଳିକା? ସେବା ସଦନରୁ ୪ ଜଣ ନାବାଳିକା ନିଖୋଜ। ଏଭଳି କିଛି ଚାଞ୍ଚଲ୍ୟକର ଅଭିଯୋଗ ଆସିଛି ବାଲେଶ୍ୱର ମାରିଲାକ ସେବା ସଦନରୁ। ବାଲେଶ୍ବର ରେମୁଣାରେ ଥିବା ଏହି ସେବାସଦନ ବାଳାଶ୍ରମରେ ଗତ କାଲିଠୁ ୪ ଜଣ ନାବାଳିକା ନିଖୋଜ ଅଛନ୍ତି। ଦୁଇ ଜଣ ବସ୍ତା ଅଞ୍ଚଳର , ଜଣେ ବାଲିଆପାଳ ଓ ଅନ୍ୟ ଜଣେ ଭୋଗରାଇ ଅଞ୍ଚଳର।
ଭୋଗରାଇ ଚନ୍ଦନେଶ୍ୱର ଫାଣ୍ଡି ଅଞ୍ଚଳର ଜଣେ ନାବାଳିକାକୁ ସିଡବ୍ଲ୍ୟୁସି ପକ୍ଷରୁ ଉଦ୍ଧାର ପରେ ମାରିଲାକ୍ ସେବା ସଦନରେ ଛଡାଯାଇଥିଲା। ତେବେ ସେହି ନାବାଳିକାଙ୍କ ସହ ଅନ୍ୟ ୩ ଜଣ ନାବାଳିକା ନିଖୋଜ ହେବା ପରେ ନାବାଳିକାଙ୍କ ପରିବାର ପକ୍ଷରୁ ରେମୁଣା ଥାନାରେ ଏତଲା ଦିଆଯାଇଛି। ଏନେଇ ସମ୍ପୃକ୍ତ ସଂସ୍ଥା କିମ୍ବା ସିଡବ୍ଲୁସିର କୌଣସି ପ୍ରତିକ୍ରିୟା ମିଳିପାରିନି।