ଅନୁଗୋଳ : ହାତୀକୁ ସ୍ଥାନାନ୍ତର ପାଇଁ ବନ ବିଭାଗ ପକ୍ଷରୁ ଟ୍ରାଙ୍କୁଲାଇଜ୍ କରାଯାଇଛି।ମଣିଷ ମାରୁଥିବା ହାତୀକୁ ଆଜି ସ୍ଥାନାନ୍ତର ପାଇଁ ବନ ବିଭାଗ ପକ୍ଷରୁ ପୂର୍ବରୁ ଯୋଜନା କରା ଯାଇଥିଲା। ତେଣୁ ମଣିଷ ମରା ହାତୀକୁ ଚିହ୍ନଟ କରି ବନ ବିଭାଗ ପକ୍ଷରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଆଜି ଟ୍ରାଙ୍କୁଲାଇଜ୍ କରାଯାଇଛି। ଆଜି ସକାଳୁ ବନ ବିଭାଗ ପକ୍ଷରୁ ଅନୁଗୋଳ ବନାଞ୍ଚଳ କରତପଟା ସେକ୍ସନ୍ କୁସୁମପାଟ ନିକଟରେ ହାତୀ କୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା।ପାଖାପାଖି ୭ ଘଣ୍ଟାର ପରିଶ୍ରମ ପରେ ଟ୍ରାଙ୍କୁଲାଇଜ କରାଯାଇଥିଲା। ହାତୀକୁ କେଉଁ ଠାରେ ରଖା ଯିବ ସେ ନେଇ କୌଣସି ସୂଚନା ମିଳିନାହିଁ । ଘଟଣା ସ୍ଥଳରେ ଅନୁଗୋଳ ଆରଆରଟି ଟିମ, ଢ଼େଙ୍କାନାଳ ଆରଆରଟି ଟିମ, ଅନୁଗୋଳ ବନଖଣ୍ଡର ଡାକ୍ତର ରମେଶ ଚନ୍ଦ୍ର ପ୍ରଧାନ, ପ୍ରଦୀପ୍ତ କୁମାର ସିଂ, ଏସିଏଫ୍ ବିଦ୍ୟାସାଗର, ଡିଏଫଓ ନୀତିଶ କୁମାର, ଆରସିସିଏଫ୍ ସଞ୍ଜୟ ସ୍ୱାଇଁ ଟ୍ରାଙ୍କୁଲାଇଜ ସମୟରେ ଉପସ୍ଥିତ ରହିଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.