ଵଡମୂଳଵସନ୍ତ କୃଷି ସମବାୟ ସମିତି ପକ୍ଷରୁ ଚାଷି ପଞ୍ଜିକରଣ ଆରମ୍ଭ

0

ପଟ୍ଟାମୁଣ୍ଡାଇ ୧୦/୮: ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଵଡମୂଳଵସନ୍ତ କୃଷି ସମବାୟ ସମିତି ପକ୍ଷରୁ ଚାଷି ପଞ୍ଜିକରଣ ଆରମ୍ଭ କରାଯାଇଛି। ଶତାଧିକ ଚାଷି ମାନେ ଅତ୍ୟନ୍ତ ଶାନ୍ତିଶୃଙ୍ଖଳା ସହିତ ଧାନ ବିକ୍ରୟ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ କରାଯାଇଥିବା ଚାଷି ପଞ୍ଜିକରଣ ନିୟମ ଅନୁସାରେ ପଞ୍ଜିକରଣ କରାଯାଇଅଛି।

ସମବାୟ ସମିତି ସଭାପତି ସଞ୍ଜୟ କୁମାର ଲେଙ୍କ, ସମ୍ପାଦକ ଅଜୟ କୁମାର ଦାସଙ୍କ ନେତୃତ୍ୱରେ ଚାଷିମାନେ ନିଜ ନିଜ ନାମରେ ରେଜିଷ୍ଟ୍ରେସନ କରିଛନ୍ତି।ଏହି ରେଜିଷ୍ଟ୍ରେସନ ସମୟରେ ଵଡମୂଳଵସନ୍ତ କୃଷି ସମବାୟ ସମିତିର ନିର୍ଦ୍ଧେଶକ ଛତିସ ପରିଡା, ବିଶ୍ଵନାଥ ବାରିକ, ମକର ସେଠୀ, ସ୍ନେହଲତା ଅଧିକାରୀ,ମଜୁରୀ ଜେନା, ଅକ୍ଷୟ ଦାସ,ଗ୍ୟାନେନ୍ଦ୍ର ସେଠୀ ପ୍ରଫୁଲ୍ଲ ପ୍ରଧାନ, କୃଷ୍ଣ ଚନ୍ଦ୍ର ଧଳ, ପ୍ରମୋଦ ପାତ୍ର,ଅରୁଣ ଦାସ, ନିରଞ୍ଜନ ଦାସ,ଅଭୟ ଦାସ, ଓ କ୍ଷିତୀସ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ସନ୍ତୋଷ ସେଠୀ,ସଭ୍ୟା ସ୍ମୃତିମୟୀ ମଲ୍ଲିକ, ଚାଷି ସଞ୍ଜୟ ଦାସ,ଅଜୟ ପ୍ରଧାନ, କଳ୍ପତରୁ ଦାସ, ହରେକୃଷ୍ଣ ନାୟକ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.