କ୍ରୀୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ୪୭ ଇଉନିଟି ରକ୍ତ ସଂଗ୍ରହ
ପଟ୍ଟାମୁଣ୍ଡାଇ ୧୦/୮: ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ କ୍ରୀୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ୬୭ତମ ଜନ୍ମ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବେଲତଳସ୍ଥିତ ହରିହରାନନ୍ଦ ଧ୍ୟାନ ମନ୍ଦିର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି ରକ୍ତଦାନ ଶିବିରରେ ୪୭ ଇଉନିଟି ରକ୍ତ ସଂଗ୍ରହ ହୋଇଛି । ଆଜି ପ୍ରତ୍ୟୁଷରୁ ସ୍ୱାମୀଜୀଙ୍କ ପାଦୁକା ପୂଜା, ସମୂହ ପ୍ରାର୍ଥନା, ଦୀପଦାନ, ସଂକୀର୍ତନ ଆଦି କାର୍ଯ୍ୟକ୍ରମ ସହତ ଗୁରୁବନ୍ଦନା ଗାନ କରାଯାଇଥିଲା । ଧ୍ୟାନ ମନ୍ଦିରରେ ଉପସ୍ଥିତ ଭକ୍ତମାନେ ପରମପୂଜ୍ୟ ସ୍ୱାମୀଜୀଙ୍କ ଦୀର୍ଘ ନିରାମୟ ଜୀବନ କାମନାକରି ପ୍ରାର୍ଥନା କରିଥିଲେ । ଏହାପରେ ଧ୍ୟାନ ମନ୍ଦିର ପରିସରରେ ବାବା ଦୁଷ୍ମନ୍ତ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ରକ୍ତଦାନ ଶିବିରରେ ସ୍ୱାମୀ ଆଦିତ୍ୟନାଥ ଗିରି , ସ୍ୱାମୀ ଧ୍ୟାନନିଷ୍ଠାନନ୍ଦ ଗିରି, ସ୍ୱାମୀ ବ୍ରଜେଶାନନ୍ଦ ଗିରି, ବାବା ଗୋପିନାଥ କର, ବାବା ବ୍ରଜ କିଶୋର ପଣ୍ଡା, ବାବା ଅଭିମନ୍ୟୁ ପଢିହାରୀ, ବାବା ପାବନୀ ରାଉତ,ସଂଯୁକ୍ତା ବିଶ୍ୱାଳ, ଧନେଶ୍ୱର ଦାସ, ବିଜୟ ରାୟ, ଗୋପିନାଥ ତ୍ରିପାଠୀ ମିଟୁ ମନୋଜ ନାୟକ, ନବକିଶୋର ପଣ୍ଡା, ପ୍ରମୋଦ ସାହୁ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବହୁ ଶିଷ୍ୟ ଯୋଗ ଦେଇ ରକ୍ତଦାନ ଶିବିର ପରିଚାଳନା କରିଥିଲେ । ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଶିବିରରେ ଯୋଗ ଦେଇ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ରକ୍ତ ସଂଗ୍ରହ କରିଥିଲେ I