ଭୁବନେଶ୍ୱର : ନାଲି ବତି ଗାଡ଼ି ଚଢ଼ୁଥିଲା, ହତିଆର ଧରି ଲୋକଙ୍କୁ ଲୁଟୁଥିଲ ଏନଆଇଏ ଅଫିସର। ଅଭିଯୋଗ ପରେ ନକଲି ଏନଆଇଏ ଅଫିସରକୁ ଗିରଫ କରିଛି ଖାରବେଳ ନଗର ଥାନା ପୋଲିସ। ନିଜକୁ National investigation agency ଅଫିସର କହି ଲୋକଙ୍କୁ ଧମକଚମକ ଦେଉଥିବା ବେଳେ ମାଡିବସିଲା ପୋଲିସ । ଅଭିଯୁକ୍ତ ହେଲା ଦିଲ୍ଲୀର ଆଶିଷ ରେଡ୍ଡୀ। ଯୁବତୀଙ୍କୁ ପ୍ରେମ ପ୍ରତାରଣା ଓ ଠକେଇ ମାମଲାରେ ଖାରବେଳ ନଗର ଥାନାରେ ଅଭିଯୋଗ ପରେ ଖୋଳତାଡ ହୋଇଥିଲା। ଏହାପରେ ଗିରଫ ହୋଇଛନ୍ତି ନକଲି ଏନଆଇଏ ଅଧିକାରୀ। ପୋଲିସ ସାମ୍ନାରେ ନିଜକୁ ଆଶିଷ କହୁଥିବା ବେଳେ ଜାଲ ପରିଚୟ ପତ୍ର ଉପରେ ପୋଲିସ ର ସନ୍ଦେହ ରହିଛି । ଅଭିଯୁକ୍ତଙ୍କ ନାମରେ ବଟି ଆଦାୟ, ସରକାରୀ ଅଧିକାରୀଙ୍କୁ ଧମକ ଦେବା ଭଳି ଅଭିଯୋଗ ରହିଛି। ପୋଲିସ ଆଶିଷ ଠାରୁ ନକଲି ପରିଚୟ ପତ୍ର, ଟି ସାର୍ଟ ଓ ନାଲିବତୀ ଗାଡିକୁ ଜବତ କରିଛି।
Sign in
Sign in
Recover your password.
A password will be e-mailed to you.
Comments are closed.