ମାତୃଭାଷାରେ ଜ୍ଞାନ ଆହରଣ ସରଳ ଓ ପ୍ରଭାବଶାଳୀ: ଧର୍ମେନ୍ଦ୍ର

ଶୁକ୍ରବାର ନୂଆଦିଲ୍ଲୀରେ ଦୈନିକ ଜାଗରଣ ଗ୍ରୁପ୍ ପକ୍ଷରୁ ଆୟୋଜିତ ଷଷ୍ଠ ‘ଭାରତ ଶିକ୍ଷା ସମ୍ମିଳନୀ’କୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିକ୍ଷାରେ ଦେଶର ଝିଅମାନଙ୍କର ବଢୁଥିବା ସହଭାଗିତା ଆଜି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏକ ପ୍ରମୁଖ ଶକ୍ତି ପାଲଟିଛି।

0

ନୂଆଦିଲ୍ଲୀ : ‘ଜାତୀୟ ଶିକ୍ଷା ନୀତି – ୨୦୨୦’ ମାଧ୍ୟମରେ ଭାରତର ଶିକ୍ଷା ବ୍ୟବସ୍ଥାକୁ ଏକ ନୂତନ ଦିଗ ପ୍ରଦାନ କରାଯାଉଛି। ଏହି ନୂତନ ନୀତିରେ ପ୍ରାରମ୍ଭିକ ସ୍ତରରେ ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯିବା ସହ ଶିଶୁମାନଙ୍କ ମଧ୍ୟରେ ସମାଲୋଚନାତ୍ମକ ଚିନ୍ତାଧାରା ଏବଂ ଇନୋଭେସନକୁ ପ୍ରୋତ୍ସାହିତ କରାଯାଉଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶୁକ୍ରବାର ନୂଆଦିଲ୍ଲୀରେ ଦୈନିକ ଜାଗରଣ ଗ୍ରୁପ୍ ପକ୍ଷରୁ ଆୟୋଜିତ ଷଷ୍ଠ ‘ଭାରତ ଶିକ୍ଷା ସମ୍ମିଳନୀ’କୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିକ୍ଷାରେ ଦେଶର ଝିଅମାନଙ୍କର ବଢୁଥିବା ସହଭାଗିତା ଆଜି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏକ ପ୍ରମୁଖ ଶକ୍ତି ପାଲଟିଛି। ମହର୍ଷି ବାଲ୍ମୀକିଙ୍କ ପରମ୍ପରାର ଉଦାହରଣ ଦେଇ ସେ କହିଛନ୍ତି ଯେ, ମାତୃଭାଷାରେ ଜ୍ଞାନ ଆହରଣ ଅଧିକ ସରଳ, ପ୍ରଭାବଶାଳୀ ଏବଂ ବ୍ୟାପକ ଭାବେ ସମାଜ ପାଖରେ ପହଞ୍ଚିଥାଏ ।ଏହି ଦୃଷ୍ଟିକୋଣ ‘ମ୍ୟାକଲେ ମାନସିକତା’ରୁ ବାହାରି ଭାରତୀୟ ଜ୍ଞାନ ପରମ୍ପରାକୁ ପୁନଃ ପ୍ରତିଷ୍ଠିତ କରିବା ପାଇଁ ବାଟ ଫିଟାଇଛି। ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଆଜିର ଏଆଇ ଯୁଗରେ ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ମାଧ୍ୟମରେ ଦକ୍ଷତା-ଭିତ୍ତିକ, ପ୍ରତିଯୋଗିତାମୂଳକ, ବହୁ-ବିଷୟକ ତଥା ସାମଗ୍ରିକ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ କରାଯାଉଛି। ଏହାଦ୍ୱାରା ଆମର ଯୁବପିଢ଼ି ବୈଶ୍ୱିକ ଆବଶ୍ୟକତା ଅନୁଯାୟୀ ନିଜକୁ ପ୍ରସ୍ତୁତ କରିପାରିବେ।

Leave A Reply

Your email address will not be published.