ପଞ୍ଜାବରୁ ପାକ୍‌ ଗୁପ୍ତଚର ଗିରଫ

0

ଚଣ୍ଡିଗଡ଼ : ପଞ୍ଜାବ ପୁଲିସ ପଠାନକୋଟ ସହରରେ ଏକ ଗୁପ୍ତଚର ଗ୍ୟାଙ୍ଗକୁ ଠାବ କରିଥିବାବେଳେ ଏହି ଗ୍ୟାଙ୍ଗ୍‌ର ଜଣେ ସଦସ୍ୟଙ୍କୁ ଗିରଫ କରିଛି। ବଲଜିତ ସିଂହ ନାମକ ଏହି ବ୍ୟକ୍ତି ଚକ୍‌ ଧରିୱାଲ ଗ୍ରାମ ବାସିନ୍ଦା ହୋଇଥିବାବେଳେ ୪୪ ନମ୍ବର ଜାତୀୟ ରାଜପଥରେ ତାଙ୍କର ଏକ ଦୋକାନ ରହିଛି। ବଲଜିତ ଏହି ଦୋକାନରେ ଏକ ସିସିଟିଭି ଖଞ୍ଜିଛନ୍ତି। ଏହି ଜାତୀୟ ରାଜପଥ ଦେଇ ଯାତାୟାତ କରୁଥିବା ସେନା ଗାଡିଗୁଡିକର ଭିଡିଓ ଫୁଟେଜକୁ ବଲଜିତ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଯେଗାଉଥିବା ସ୍ବୀକାର କରିଛନ୍ତି। ଦୋକାନରେ ସିସିଟିଭି ଖଞ୍ଜିବାକୁ ଦୁବାଇରେ ରହୁଥିବା ଜଣେ ବ୍ୟକ୍ତି ଗତ ଜାନୁଆରୀରେ ତାଙ୍କୁ ୪୦ ହଜାର ଟଙ୍କା ଦେଇଥିବା ବଲଜିତ ପୁଲିସକୁ କହିଛନ୍ତିି। ପୁଲିସ ଇତିମଧ୍ୟରେ ବଲ୍‌ଜିତଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିବାବେଳେ ସିସିଟିଭି ଓ ୱାଇ-ଫାଇ ରାଉଟରକୁ ଜବତ କରିଛି।

Leave A Reply

Your email address will not be published.