ଗଜପତି,୧୦.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍ ଅନ୍ତର୍ଗତ ଗୋଷାଣି ପଞ୍ଚାୟତର ଆଙ୍କୁଡି ଗ୍ରାମର ପ୍ରବେଶ ପଥରେ ଖୋଲା ଅବସ୍ଥାରେ ବିଦ୍ୟୁତ୍ ସବଷ୍ଟେସନ ରହିଥିବା ଦେଖିବାକୁ ମିଳିଛି। ବିଦ୍ୟୁତ୍ ସବ୍ଷ୍ଟେସନଟି ଖୋଲା ଅବସ୍ଥାରେ ରହିଥିବାରୁ ଏହା ସ୍ଥାନୀୟ ଜନସାଧାରଣଙ୍କ ସମେତ ଗୃହପାଳିତ ପଶୁମାନଙ୍କ ପାଇଁ ଗୁରୁତର ବିପଦ ସୃଷ୍ଟି କରିଛି। ଅସାବଧାନତାବଶତଃ କୌଣସି ବ୍ୟକ୍ତି କିମ୍ବା ପଶୁ ଏହାର ସଂସ୍ପର୍ଶରେ ଆସିଲେ ବିଦ୍ୟୁତ୍ ଆଘାତ ଜନିତ ଦୁର୍ଘଟଣାର ଶିକାର ହେବାର ଆଶଙ୍କା ରହିଛି।ବିଶେଷକରି ଗ୍ରାମବାସୀଙ୍କ ଯାତାୟାତ ରାସ୍ତା ନିକଟରେ ଏଭଳି ବିପଦପୂର୍ଣ୍ଣ ସ୍ଥିତିରେ ରହିବା ଚିନ୍ତାର ବିଷୟ ହୋଇଛି। କୌଣସି ଅଘଟଣ ଘଟିବା ପରେ ପଦକ୍ଷେପ ନେବା ପରିବର୍ତ୍ତେ ପୂର୍ବରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବା ଜରୁରୀ ବୋଲି ମତ ପ୍ରକାଶ ପାଇଛି।ଏଣୁ ବିଦ୍ୟୁତ୍ ବିଭାଗ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ସବ୍ଷ୍ଟେସନ୍ ଚାରିପାଖରେ ସୁରକ୍ଷା ପ୍ରାଚୀର ନିର୍ମାଣ କରିବା ସହ ଆବଶ୍ୟକ ସତର୍କତାମୂଳକ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଜନସାଧାରଣ ଦାବି ଜଣାଇଛନ୍ତି। ଜନସାଧାରଣ ଓ ଗୃହପାଳିତ ପଶୁଙ୍କ ଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.