କଟକ, ତା.୦୯/୦୯: ଶ୍ରୀମତୀ ପ୍ରବୀଣା ପ୍ରିୟଦର୍ଶିନୀ ବେହେରା, ଭୁବନେଶ୍ୱରର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଏଜୁକେଶନ ବିଭାଗୀୟ ମୁଖ୍ୟ ପ୍ରଫେସର ଡ଼ଃ ଲଷ୍ମୀଧର ବେହେରାଙ୍କ ତତ୍ତ୍ୱାବଧାନରେ “TEACHING EFFICIENCY, ACCOUNTABILITY AND LEADERSHIP ROLE OF SECONDARY SCHOOL TEACHERS” ଶୀର୍ଷକ ନିବନ୍ଧ ଉପରେ ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ତା.୦୯.୦୯.୨୦୨୨ରିଖରେ ପିଏଚ୍. ଡି. ଡିଗ୍ରୀ ଲାଭ କରିଛନ୍ତି। ତାଙ୍କ ନିବନ୍ଧଟି ଯାଦବପୁର ବିଶ୍ୱବିଦ୍ୟାଳୟ, କୋଲକାତାର ପ୍ରଫେସର ଡ଼ଃ ବିଷ୍ଣୁପଦ ନନ୍ଦ ଏବଂ ରାଜୀବଗାନ୍ଧୀ ବିଶ୍ୱବିଦ୍ୟାଳୟ, ଇଟାନଗର, ଅରୁଣାଚଳ ପ୍ରଦେଶର ପ୍ରଫେସର ଡଃ ପ୍ରଶାନ୍ତ କୁମାର ଆଚାର୍ଯ୍ୟଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଅଛି। ପ୍ରଫେସର ଡ଼ଃ ବି.ଏନ. ପଣ୍ଡା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଏବଂ ବି.ଜେ.ବି ସ୍ୱୟ°ଚାଳିତ ମହାବିଦ୍ୟାଳୟ, ଭୁବନେଶ୍ୱର ଶିକ୍ଷା ବିଭାଗର ମୁଖ୍ୟ ଅବସରପ୍ରାପ୍ତ ପ୍ରଫେସର ଡଃ କଳ୍ପଲତା ପତ୍ରୀ ଉକ୍ତ ନିବନ୍ଧ ଉପରେ ଗବେଷଣା ପାଇଁ ଶ୍ରୀମତୀ ବେହେରାଙ୍କୁ ବହୁଳ ଭାବେ ଉତ୍ସାହିତ କରିଥିଲେ। ଶ୍ରୀମତୀ ବେହେରା ବର୍ତ୍ତମାନ କଟକ ସ୍ଥିତ ରାଧାନାଥ ଉଚ୍ଚତ୍ତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନରେ ଆସିଷ୍ଟାଣ୍ଟ ପ୍ରଫେସର ରୂପେ କାର୍ଯ୍ୟାରତା। ସେ କଟକ ଜିଲ୍ଲା ୪୨ ମୋୖଜ଼ା ସ୍ଥିତ ବନ୍ତୁଣିଆ ଗ୍ରାମର ଶ୍ରୀମତୀ ପ୍ରମିଳା ବେହେରା ଓ ଶ୍ରୀ ବିଳାସ ଚନ୍ଦ୍ର ବେହେରାଙ୍କ ସୁପୁତ୍ରୀ ଏବଂ କଟକ ମହାନଦୀବିହାର ନିବାସୀ ଶ୍ରୀମତୀ କାଞ୍ଚନବାଳା ବେହେରା ଓ ଶ୍ରୀ ହୃଷିକେଶ ବେହେରାଙ୍କ ପୁତ୍ରବଧୂ ତଥା ଇଂ ଲିତେଶ କୁମାର ବେହେରାଙ୍କ ସହଧର୍ମିଣୀ ଅଟନ୍ତି। ସେ ତାଙ୍କର ଏହି ସଫଳତା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଉପରିସ୍ଥ ସମସ୍ତ ପ୍ରଫେସରଙ୍କ ସମେତ ଅନ୍ୟ ସମସ୍ତ ଗୁରୁଜନମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.