ଦଳିତ ଝିଅ କୁ ପ୍ରେମ ଜାଲରେ ଫସାଇ ପରେ ପ୍ରତାରଣା କରି ଛାଡ଼ିଦେଇଛନ୍ତି, ପ୍ରେମିକ ଦୀପକ

ଭଦ୍ରକ : ଏକ ଦଳିତ ବର୍ଗର ଝିଅକୁ ପ୍ରେମ ଜାଲରେ ଫସେଇ ଶାରିରୀକ ସମ୍ପର୍କ ରକ୍ଷି ବିବାହର ପ୍ରଲୋଭନ ଓ ପ୍ରତିଶୃତି ଦେଇ ପ୍ରତାରଣା କରିଥିବା ଜଣେ ଉଚ୍ଚ ଜାତିର ପୁଅ ଓ ତାଙ୍କ ପରିବାର ଲୋକଙ୍କ ନାମରେ ଧାମରା ମେରାଇନ ଥାନାରେ ଏକ ମାମଲା ୩ ମାସରୁ ଉର୍ଦ୍ଧ ହେଲାଣି । କିନ୍ତୁ ମୁଦାଲା ମାନଙ୍କୁ ଗିରଫ କରିବାରେ ମେରାଇନ୍ ପୋଲିସ୍ ଜାଣି ଶୁଣି ସମ୍ପୂର୍ଣ ବିଫଳ ହୋଇଛି। ତେବେ ତେଣୁ ମୁଦାଲା ମାନଙ୍କୁ ଗିରଫ କରିବା ଦାବିରେ ଆଜି
ଭଦ୍ରକ ଜିଲ୍ଲା ଆରକ୍ଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂପୃକ୍ତ ଝୀଅ ଓ ତା ପରିବାର ଗଣଧାରଣାରେ ବସିଛନ୍ତି।   ସୂଚନା ଅନୁସାରେ ଧାମରା ମେରାଇନ ଥାନା ଅନ୍ତର୍ଗତ ବଲବନ୍ତପ୍ରସାଦ ଗ୍ରାମର ଗୌରହରି ଜେନାଙ୍କ ଝିଅ ସୁଷମାଙ୍କୁ କଇଥକୋଲା ଗ୍ରାମର ବାବୁଲି ନାୟକଙ୍କ ପୁଅ ଦୀପକ   ପ୍ରେମ ଜାଲରେ ଫସେଇ ମିଥ୍ୟା ପ୍ରତିଶ୍ରୁତି ଦେଇ ବାରମ୍ବାର ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲେ ।

ସେପଟେ ଝିଅ  ବାହାଘର ପାଇଁ ଜିଦ କରୁଥିବା ବେଳେ ଦୀପକ ବିଭିନ୍ନ ଆଳ ଦେଖାଇ ମାସ ପରେ ମାସ ଗଡ଼ାଇ ଚାଲିଥିଲା । କିଛିଦିନ ପରେ ଦୀପକ ସୁଷମାକୁ ନିଜ ଘରକୁ ଆଣି ୪ ଦିନ ରଖିବା ପରେ ବାହାଘର ପାଇଁ ଧାମରାଇ ମନ୍ଦିରକୁ ଯିବା ରାସ୍ତାରେ ବାଟରେ ତାଙ୍କୁ ଛାଡି କେଉଁ ଆଡେ ଚାଲି ଯାଇ ଥିଲେ।    ପରେ ଝିଅ ନିଜ ପରିବାର ସହ ଦୀପକଙ୍କ ଘରେ ପହଞ୍ଚିଥିଲେ । ସେଠାରେ ଦୀପକଙ୍କ ପରିବାର ଝିଅର ପିତାଙ୍କୁ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ ।  ଅନ୍ୟ ଦିଗରେ ତେବେ ଏ ସମ୍ପର୍କରେ ମେରାଇନ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ  ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ବାଧ୍ୟ ହୋଇ ନ୍ୟାୟ ପାଇବା ପାଇଁ ସୁଷମା ନିଜ ପରିବାର ସହ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି। ତେବେ ଦେଖି ବାକୁ ବାକି ରହିଲା କେବେ ଦଳିତ ଗରିବ ଝିଅକୁ ଆଜି ବି ନ୍ୟାୟ ପାଇବା ପାଇଁ ସଂଘର୍ଷ କରିବାକୁ ପଡୁଛି।

 

Comments are closed.