ପ୍ରବାସୀ ମୁମ୍ବାଈରୁ ରଥଯାତ୍ରା ଉପଲକ୍ଷେ ଇ ପତ୍ରିକା ଉନ୍ମୋଚିତ

ମୁମ୍ବାଇ (୨୩/୪):ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା ମୁମ୍ବାଇ ତରଫରୁ ବୁଧବାର ୨୨ଜୁଲାଇ ୨୦୨୬ ସଂନ୍ଧ୍ୟା ୭ଟାରେ ମହାପ୍ରଭୁଙ୍କ ଘୋଷ ଯାତ୍ରା ଉପଲକ୍ଷେ ଭାବ ଭକ୍ତିମୟ ପରିବେଶରେ ଗୁଗଲ ମିଟ ମାଧ୍ୟମରେ ଉତ୍କଳ ସୁରଭି ଇ ପତ୍ରିକା ଉନ୍ମୋଚନ ହୋଇଯାଇଛି। ସର୍ବ ପ୍ରଥମେ ଜଗନ୍ନାଥ ଅଷ୍ଟକମ ପାଠ ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ଅକ୍ଷାଂଶ ର ସମ୍ପାଦକ ପ୍ରଣମ୍ୟ ଡ଼କ୍ଟର ହରିଶ୍ଚନ୍ଦ୍ର ବେହେରା ଉପସ୍ଥିତ ରହି ଶ୍ରୀଜଗନ୍ନାଥ ଚେତନାର ଭାବଧାରା କୁ ଆଲୋଚନା ମାଧ୍ୟମରେ ଦର୍ଶାଇ ଥିଲେ ଏବଂ ସମସ୍ତ ଲେଖକ, ଲେଖିକା ଙ୍କ ଉତ୍କଳ ସୁରଭି ରେ ପ୍ରକାଶିତ ଲେଖା କୁ ଉପଯୁକ୍ତ ସମୀକ୍ଷା ରଖିଥିଲେ । ଅନ୍ୟତମ ଅତିଥି ଡ଼କ୍ଟର ଦେବାଶିଷ ମହାପାତ୍ର ଯୋଗ ଦେଇ ଆସର ର ଶୋଭା ବର୍ଦ୍ଧନ କରି ମହାପ୍ରଭୁ ଙ୍କ ବିଷୟ ରେ ଲେଖିବା ପୂର୍ବ ରୁ ନିଜକୁ ଭକ୍ତି ଭାବ ରଖିବା ପାଇଁ ସୂଚନା ଦେଇଥିଲେ। କୋଠଘର ସମ୍ପାଦିକା ଅମ୍ବିକା ସ୍ୱାଇଁ ପ୍ରଭୁ ଶ୍ରୀ ଜଗନ୍ନାଥ
ଙ୍କ ଅନୁଭୂତି ବାଣ୍ଟିଥିଲେ। ବିଶିଷ୍ଟ କବି ପ୍ରଭାତ ଆଚାର୍ଯ୍ୟ ନିଜ ଅନୁଭୂତି ରଖିଥିଲେ। ଛତିଶଗଡ଼ ରୁ ଡ଼କ୍ଟର ବାମନ ଚନ୍ଦ୍ର ଦୀକ୍ଷିତ ମଧ୍ୟ ମହାପ୍ରଭୁ ଙ୍କ ଦିବ୍ୟ ଅନୁଭୂତି ର ସ୍ପର୍ଶ ରେ ଭିଜେଇଥିଲେ। ମୈତ୍ରେୟୀ କମିଳା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସ୍ବର୍ଗତ ଗୁରୁକବି ସୋମନାଥ ରାଜଗୁରୁ ଙ୍କ ସୁପୁତ୍ର ଇଞ୍ଜିନିଅର ଶଶିକାନ୍ତ ରାଜଗୁରୁ ପ୍ରାରମ୍ଭିକ ଭଜନ ପରିବେଷଣ ରେ ସମସ୍ତେ ମଜ୍ଜିଥିଲେ।ଅବସରପ୍ରାପ୍ତ ଶିକ୍ଷୟତ୍ରୀ କଳ୍ପନା ମିଶ୍ର ଙ୍କ ସଂଚାଳନ ରେ ଶୁଭଶ୍ରୀ ପଟ୍ଟନାୟକ, ଲଷ୍ମୀପ୍ରିୟା ଓଝା, ଜ୍ୟୋତିପ୍ରଭା ପଟ୍ଟନାୟକ, କାଶୀନାଥ ପଣ୍ଡା, ସଲୀଳା ମହାନ୍ତି, ଆରତୀ ଦାସ, ମନୋରମା ମିଶ୍ର, ସୁବାସିନୀ ଦାସ, ପ୍ରଭାତ ଆଚାର୍ଯ୍ୟ, ରଞ୍ଜନ କୁମାର ବ୍ରହ୍ମା, କଳ୍ପନା ମିଶ୍ର, ଡ଼କ୍ଟର ବାମନ ଚନ୍ଦ୍ର ଦୀକ୍ଷିତ, ମୈତ୍ରେୟୀ କମିଳା, ଡ଼କ୍ଟର ହରିଶ୍ଚନ୍ଦ୍ର ବେହେରା, ଅମ୍ବିକା ସ୍ୱାଇଁ, ଗାୟତ୍ରୀ ସିଂହ, ଡ଼କ୍ଟର ଚିତ୍ତ ରଞ୍ଜନ କୁଣ୍ଡୁ ,ସନାତନ ମହାକୁଡ଼,ଶଶିକାନ୍ତ ରାଜଗୁରୁ ଯୋଗ ଦେଇ ଭକ୍ତି ଭରା ଭଜନ, କବିତା ପାଠ କରି ଆସର କୁ ସମୃଦ୍ଧ କରିଥିଲେ। ଶେଷରେ ଆରତୀ ଦାସ ଙ୍କ ଶେଷ ସ୍ପର୍ଶ ରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।ରିପୋର୍ଟ-ସନାତନ ମହାକୁଡ଼।

Comments are closed.