ବିଳାସପୁର (୨୩/୭): ଶ୍ରୀ ଶ୍ରୀ ଜଗନ୍ନାଥ ସେବା ସମାଜ ବିଳାସପୁର ଦ୍ୱାରା ପ୍ରକାଶିତ ସାହିତ୍ୟ ଏବଂ ସଂସ୍କୃତିର ପତ୍ରିକା “ଉତ୍କଳ ବିଳାସ”ର ଦଶମ ଅଙ୍କ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ବିଗତ ୨୧ ତାରିଖ ର ପାବନ ସନ୍ଧ୍ୟାରେ ସମ୍ପନ୍ନ ହେଲା । କରୁଣାକର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସମାରୋହ ଭୂଷଣ ନ୍ୟାୟମୂର୍ତ୍ତି ଚନ୍ଦ୍ରଭୂଷଣ
ବାଜପେୟୀ , ମୁଖ୍ୟଅତିଥି ଡାକ୍ତର ବିନୟ କୁମାର ପାଠକ , ବିଶିଷ୍ଟ ଅତିଥି ମହାକବି ଡାକ୍ତର ବ୍ରଜେଶ ସିଂହ ଏବଂ ଗୋପାଳ କୃଷ୍ଣ ରାୟଙ୍କ ସାନିଧ୍ୟ ମିଳିଥିଲା । ଉତ୍କଳ ବିଳାସ ର ସମ୍ପାଦକ ଡାକ୍ତର ବାମନ ଚନ୍ଦ୍ର ଦୀକ୍ଷିତଙ୍କ ଦ୍ୱାରା ମଙ୍ଗଳାଚରଣ ପାଠ ସହିତ ସଭାର ଶୁଭାରମ୍ଭ ହୋଇଥିଲା । ତତ୍ ପଶ୍ଚାତ୍ ପତ୍ରିକା ଲୋକାର୍ପଣ କରାଯାଇଥିଲା । କୁମାରୀ ସୋନାକ୍ଷୀ ବେହେରା , କୁମାରୀ ଶୌର୍ୟା ଭାରତ ଏବଂ କୁମାରୀ ଓଜସ୍ୱିନୀ ରାଠୋରଙ୍କ ଦ୍ଵାରା ମନ ମୁଗ୍ଧକର ନୃତ୍ୟ ପରିବେଷଣ ପରେ ଶ୍ରୀ ଶ୍ରୀ ଜଗନ୍ନାଥ ସେବା ସମାଜ ଏବଂ ଓଡ଼ିଆ ସମାଜର ପଦାଧିକାରୀଗଣ ଉତ୍କଳ ବିଳାସ ପତ୍ରିକାକୁ ପ୍ରବାସୀ ଓଡ଼ିଆ ମାନଙ୍କ ଗର୍ବ ବୋଲି ମତ ପ୍ରକାଶ କରିଥିଲେ । ଏବଂ କବିତା ଆସରରେ , ସୁବ୍ରତ ରଥ , ଡି. ନାୟକ , ବାମନ ଚନ୍ଦ୍ର , ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ପାଢ଼ୀ ଏବଂ ଗୋପାଳ କୃଷ୍ଣ ରାୟ , ଡ଼ା ରାଘବେନ୍ଦ୍ର ଦୁବେ , ଡା ଶତ୍ରୁଘ୍ନ ଯଶୱାନୀ , ଡା ବ୍ରଜେଶ ସିଂହ , ରମେଶ ସିଂ ବୈସ୍ , ଦିନେଶ ତିବାରି , ରାଜେଶ ସୋନାର , ଅଶୋକ ଶର୍ମା , ମନୋହରଦାସ ମାନିକପୁରୀ , ଦୀପକ ଦୁବେ , ପୂର୍ଣ୍ଣିମା ତିଵାରୀ , ଡାକ୍ତର ଆଭା ଗୁପ୍ତା , ଅଂତିମା ପାଣ୍ଡେ , ଡା ଅନିତା ସିଂହ ଆଦି ଅନେକ କବି କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ପ୍ରବାସୀ ଓଡ଼ିଆ ସଂସ୍ଥା ଏବଂ ସାହିତ୍ୟ କ୍ଷେତ୍ରରେ ୧୦ ଜଣ କର୍ମଠ ପ୍ରହରୀଙ୍କୁ ସ୍ମରଣୀକା ପ୍ରଦାନ କରି ଏବଂ ୨୦ ଜଣଙ୍କୁ ପ୍ରଶସ୍ତି ପତ୍ର ପ୍ରଦାନ କରି ସମ୍ମାନିତ କରା ଯାଇଥିଲା । ଅନ୍ତିମ ପର୍ଯ୍ୟାୟରେ ଧନ୍ୟବାଦ ଅର୍ପଣ କରିଥିଲେ ବାଳମୁକୁନ୍ଦ ଶ୍ରୀବାସ ,ଏବଂ ଶାନ୍ତିପାଠ ପୂର୍ବକ ସଭା ସାଙ୍ଗ କରାଯାଇଥିଲା ।ରିପୋର୍ଟ-ସନାତନ ମହାକୁଡ଼ ।
Sign in
Sign in
Recover your password.
A password will be e-mailed to you.
Comments are closed.