ଆଜି ସନ୍ଧ୍ୟା ୬ଟା ଯାଏଁ ମହାପ୍ରଭୁଙ୍କ ଆଡପ ମଣ୍ଡପ ଦର୍ଶନ

ପୁରୀ : ରାତି ପାହିଲେ ମହାପ୍ରଭୁଙ୍କ ବାହୁଡା ଯାତ୍ରା। ଆଜି ହେଉଛି ଘୋଷ ଯାତ୍ରାର ନବମୀ ତିଥି। ଆଡପ ମଣ୍ଡପରେ ପ୍ରଭୁଙ୍କ ସନ୍ଧ୍ୟା ଦର୍ଶନର ଦିନ। ଆଡପ ମଣ୍ଡପରେ ପ୍ରଭୁଙ୍କୁ ଦର୍ଶନ କଲେ କୋଟି କୋଟି ଜନ୍ମର ପାପ ଧୋଇ ହୋଇଯାଏ ବୋଲି ମଧ୍ୟ ମାନ୍ୟତା ରହିଛି। ଆସନ୍ତାକାଲି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ ଶ୍ରୀଜୀଉ। ଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ଆଜି ଭକ୍ତଙ୍କ ପାଇଁ ବଡ ଠାକୁର ବଳଭଦ୍ର, କାଳିଆ ସାଆନ୍ତେ ଓ ଦେବୀ ସୁଭଦ୍ରାଙ୍କୁ ଦର୍ଶନ କରିବାର ଶେଷ ସୁଯୋଗ ଶ୍ରଦ୍ଧାଳୁ ପାଇବେ। ସନ୍ଧ୍ୟା ୬ଟା ପରେ ଆଡପ ମଣ୍ଡପ ପ୍ରବେଶ ବନ୍ଦ। ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଦାରୁବ୍ରହ୍ମଙ୍କ ନବମୀ ସନ୍ଧ୍ୟା ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ। ଦର୍ଶନ ବନ୍ଦ ହେବା ପରେ ପ୍ରଭୁଙ୍କ ବାହୁଡା ଯାତ୍ରା ପ୍ରସ୍ତୁତି ଆରମ୍ଭ ହେବ।

Comments are closed.