ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କୁ ହୋଇଥିଲା କ୍ୟାନସର

ଭୁବନେଶ୍ବର: ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କୁ ହୋଇଥିଲା କ୍ୟାନସର । ଷ୍ଟେଜ ଓ୍ବାନ କ୍ୟାନସରରେ ଥିଲେ ପୀଡ଼ିତ । ତେବେ ପ୍ରାରମ୍ଭିକ ଅବସ୍ଥାରେ ଚାଲିଥିଲା ଚିକିତ୍ସା । ଚିକିତ୍ସା ସମୟରେ ଖେଳ ଛାଡ଼ିଦେବାକୁ ପରାମର୍ଶ ଦେଇଥିଲେ ଡାକ୍ତର ।

ତେବେ ଔଷଧ ଖାଇବା ପରେ କମିଥିଲା ଯନ୍ତ୍ରଣା । କିନ୍ତୁ ଡୋପିଂ ଟେଷ୍ଟରେ ପଜିଟିଭ୍ ଆସିଥିଲା ରିପୋର୍ଟ । ଡୋପିଂ ଟେଷ୍ଟରେ ବିଫଳ ହେବା ନେଇ ଧାବିକା ଦୂତି ଚାନ୍ଦ ଦୁଃଖିତ । ସେ କହିଛନ୍ତି, ଏହି ଖବର ଶୁଣିବା ପରେ ଅତ୍ୟନ୍ତ ମର୍ମାହତ । ମୁଁ ଅଲିମ୍ପିକ, ଏସିଆନ ଗେମ୍ସ ଆଦି ଖେଳିଛି । ସବୁ କ୍ଷେତ୍ରରେ ମୁଁ ସଫଳ ହୋଇଛି । ତେବେ ଛୁଟିରେ ମୁଁ ଘରେ ଥିବାବେଳେ ଗତବର୍ଷ ନଭେମ୍ବରରେ ମୋର ସାମ୍ପୁଲ ନିଆଯାଇଥିଲା । ଏଥିରେ ମୋର ପଜିଟିଭ ଆସିଥିଲା । ମୁଁ ଜାଣି ପାରି ନଥିଲି ଏହାର କାରଣ । ପରେ ମୁଁ ପୁନର୍ବାର ସାମ୍ପୁଲ ନେବାକୁ କହିଥିଲି । ଗତ ମାର୍ଚ୍ଚରେ ପୁଣି ଥରେ ମୋର ସାମ୍ପୁଲ ନିଆଯାଇଥିଲା । ସେତେବେଳେ ଶରୀରରେ ଯନ୍ତ୍ରଣା ହେଉଥିବାରୁ ସେ ପେନ୍ କିଲର ଖାଉଥିଲେ । ଏଥିଲାଗି ଫିଜିଓଥେରାପିଷ୍ଟ ତାଙ୍କୁ ହ୍ବାଟସଆପରେ ମେଡିସିନ ଖାଇବାକୁ ପରାମର୍ଶ ଦେଇଥିଲେ ।

ଫାର୍ମାସିଷ୍ଟଙ୍କଠାରୁ ମେଡିସିନ ଆଣିଥିବାରୁ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ଏହାକୁ ଅଗ୍ରାହ୍ୟ କରିବା ସହ ତାଙ୍କୁ ଚାରି ବର୍ଷ ବ୍ୟାନ କରିଛି ବୋଲି ଦୂତି କହିଛନ୍ତି । ଏନେଇ ନାଡା କହିଥିଲା ସାର୍ଟିଫିକେଟ ପ୍ରସ୍ତୁତ କରିବା ଜରୁରୀ ଥିଲା । ଗତ ୧୦ ବର୍ଷ ଧରି ସେ ବହୁ ଜାତୀୟ କ୍ରୀଡ଼ାରେ ଭାଗ ନେଇଛନ୍ତି । ମାତ୍ର ଡୋପିଂ ଟେଷ୍ଟରେ କେବେ ଫେଲ୍ ହୋଇ ନଥିଲି ।

Comments are closed.