ଦୁଷ୍କର୍ମକାରୀଙ୍କୁ ମୁକ୍ତ କରୁଥିବା ଦଳ ଠାରୁ ମହିଳାଙ୍କ ସୁରକ୍ଷା ଆଶା କରାଯାଇପାରିବ ନାହିଁ – ରାହୁଲ ଗାନ୍ଧୀ

ଡେସ୍କ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଉତ୍ତରପ୍ରଦେଶର ଲଖୀପୁର ଖେରୀରେ ଦୁଇ ଦଳିତ ବାଳିକାଙ୍କ ହତ୍ୟା ଘଟଣାକୁ ନିନ୍ଦା କରି କହିଛନ୍ତି ଯେ ବଳାତ୍କାରକାରୀଙ୍କୁ ଜେଲରୁ ମୁକ୍ତ କରୁଥିବା ଓ ସେମାନଙ୍କୁ ସମ୍ମାନ ଦେଉଥିବା ଦଳ ଠାରୁ ମହିଳା ସୁରକ୍ଷା ଆଶା କରାଯାଇପାରିବ ନାହିଁ।

ସେ କହିଛନ୍ତି, ଦୀପାବଳିରେ ଲଖୀପୁରରେ ଦୁଇ ନାବାଳିକା ଦଳିତ ଭଉଣୀଙ୍କୁ ଅପହରଣ ଓ ହତ୍ୟା କରିବା ଅତ୍ୟନ୍ତ ଉଦବେଗଜନକ ଘଟଣା। ଯେଉଁମାନେ ବଳାତ୍କାରକାରୀଙ୍କୁ ମୁକ୍ତ କରି ସେମାନଙ୍କୁ ସମ୍ମାନ ଦିଅନ୍ତି ସେମାନଙ୍କଠାରୁ ମହିଳାଙ୍କ ସୁରକ୍ଷା ଆଶା କରାଯାଇପାରିବ ନାହିଁ। ଏହି ଟିପ୍ପଣୀ ସହିତ କଂଗ୍ରେସ ନେତା ବିଲକିସ୍ ବାନୋଙ୍କ ଘଟଣା ବିଷୟରେ ଉଲ୍ଲେଖ କରିଥିle ଯେଉଁଥିରେ ଗୁଜରାଟ ସରକାର ୧୧ ଜଣ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଦୋଷୀଙ୍କୁ ମୁକ୍ତ କରିଥିଲେ। ୨୦୦୮ ମସିହାରେ ଦୋଷୀ ସାବ୍ୟସ୍ତ ହେବା ସମୟରେ ଗୁଜୁରାଟରେ ପ୍ରଚଳିତ କ୍ଷମା ପ୍ରାର୍ଥନା ନୀତି ଅନୁଯାୟୀ ଏହି ମାମଲାରେ ଦଣ୍ଡିତ ୧୧ ଜଣ ଆଜୀବନ ଦୋଷୀଙ୍କୁ ମୁକ୍ତ କରାଯାଇଥିଲା। ଭଦୋଦରାଠାରେ ଦଙ୍ଗାକାରୀମାନେ ବିଲକିସ୍ ବାନୋଙ୍କ ସହ ଗଣଦୁଷ୍କର୍ମ କରିଥିଲେ ଯେତେବେଳେ ସେ ପାଞ୍ଚ ମାସର ଗର୍ଭବତୀ ହୋଇଥିଲେ।

Comments are closed.