ରାଉରକେଲାରେ ଡବଲ୍ ଏନକାଉଣ୍ଟର

0

ରାଉରକେଲା: ରାଉରକେଲା  ପୁଲିସକୁ ବଡ ସଫଳତା । ଆଜି ଭୋର ସାଢେ ୩ଟା ସମୟରେ ଝିରପାଣି ଥାନା ଅଞ୍ଚଳରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୁଲିସର ପାଲଟା ଗୁଳିରେ ତୋଫାନ ହତ୍ୟା ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତ ଚୁନୁ ହରିପା ଓ ନଣ୍ଡା ଓରଫ ସୁଶାନ୍ତ ଆହତ ହୋଇଛନ୍ତି। ଉଭୟଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଏହି ଏନକାଉଣ୍ଟର ତୋଫାନ ବିନ୍ଧାଣୀ (୨୯)ଙ୍କ ବିଭତ୍ସ ହତ୍ୟାକାଣ୍ଡ ପରେ ହୋଇଛି। ଜୁନ୍ ୧୬ ତାରିଖରେ ସେକ୍ଟର-୬ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନିକଟସ୍ଥ ଜଙ୍ଗଲରେ ତୋଫାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଞ୍ଚଳରେ ନିଶା ସେବନକୁ ବିରୋଧ କରିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ପରେ ଏହି ବିବାଦ ରକ୍ତରଞ୍ଜିତ ରୂପ ନେଇ ତୋଫାନଙ୍କ ହତ୍ୟାରେ ପରିଣତ ହୋଇଥିଲା।

ପୁଲିସ ଘଟଣାର ଅଧିକ ତଦନ୍ତ ଚାଲୁ ରଖିଥିବା ବେଳେ ଏହି ଏନକାଉଣ୍ଟର ରାଉରକେଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.