ଝରିଗାଁ, ତା. ୧୧/୦୭ (ଶେଖର ଖୁରା ): ଝରିଗାଁ ପ୍ରାଣୀଧନ ବିଭାଗ ସମ୍ପର୍କିତ ବିଭିନ୍ନ ବିଷୟ ନେଇ ଆଜି ଅଜୟ କୁମାର ମାଝୀଙ୍କ ସହ ବିଧାୟକଙ୍କ ବିଭାଗୀୟ ପ୍ରତିନିଧି ପ୍ରତାପ ଦୁରିଆ ଆଲୋଚନା କରିଛନ୍ତି।
ସୂଚନା ଅନୁଯାୟୀ, ବିଧାୟକ ନରସିଂହ ଭତରା ପ୍ରାଣୀଧନ ବିଭାଗର କାର୍ଯ୍ୟକଳାପର ତଦାରଖ କରିବା ସହ ଚାଷୀମାନଙ୍କ ସହ ଆଲୋଚନା କରି ଯୋଗ୍ୟ ହିତାଧିକାରୀମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରି ଉପକୃତ କରିବାକୁ ଗୁରୁତ୍ୱ ଦେଉଛନ୍ତି। ଏହି ଉଦ୍ଦେଶ୍ୟରେ ସେ ଶ୍ରୀ ଦୁରିଆଙ୍କୁ ବିଭାଗୀୟ ପ୍ରତିନିଧି ଭାବେ କାର୍ଯ୍ୟ କରିବା ପାଇଁ ଲିଖିତ ଭାବେ ଏକ ପତ୍ର ପ୍ରଦାନ କରିଥିଲେ।
ଏହାପରେ ଆଜି ଶ୍ରୀ ଦୁରିଆ ଝରିଗାଁ ପ୍ରାଣୀଧନ ଅଧିକାରୀଙ୍କୁ ସାକ୍ଷାତ କରି ଉକ୍ତ ପତ୍ର ପ୍ରଦାନ କରିବା ସହିତ ପ୍ରାଣୀଧନ ବିଭାଗର ବିଭିନ୍ନ ଯୋଜନା ଓ ଚାଷୀମାନଙ୍କ କଲ୍ୟାଣ ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଚାଷୀମାନଙ୍କ ମଙ୍ଗଳ ଏବଂ ସରକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ପରସ୍ପର ସହଯୋଗ ଓ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଉଭୟ ପକ୍ଷ ଗୁରୁତ୍ୱାରୋପ କରିଥିଲେ।ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର
Comments are closed.