ତାଳଚେର: ପବିତ୍ର ଦଶହରା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଢେଙ୍କାନାଳ ଓ ଅନୁଗୋଳ ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଅନୁଗୁଳ ଜିଲ୍ଳା ବଉଳିଗଡ଼ ଠାରେ ଥିବା ପୂଜା ମଣ୍ଡପରେ ଜଗତଜନନୀ ମା’ ଦୁର୍ଗାଙ୍କ ଦର୍ଶନ କରିଛନ୍ତି। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ମହିଧରପୁର ଛକ ଠାରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ସେହିପରି ବଅଁରପାଳ ବ୍ଲକ ତଳମୂଳସ୍ଥିତ ଶ୍ରୀ ଶ୍ରୀ ଦୁର୍ଗା ମାଧବ ମନ୍ଦିରକୁ ମଧ୍ୟ ଶ୍ରୀ ପ୍ରଧାନ ଯାଇଥିଲେ।ବିଜୟା ଦଶମୀ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳସ୍ଥିତ ବନଦୁର୍ଗା ମନ୍ଦିରରେ ମା’ଙ୍କ ଆଶୀର୍ବାଦ ନେବା ସହ ପୂଜାର୍ଚ୍ଚନା କରିଥିଲେ। ସନ୍ଧ୍ୟାରେ ଶ୍ରୀ ପ୍ରଧାନ ତାଳଚେରସ୍ଥିତ ଦେଉଲବେଡ଼ା ଓ ସାଉଥବଲଣ୍ଡାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହା ପୂର୍ବରୁ ସେ ଢେଙ୍କାନାଳରେ ସହିଦ ବାଜିରାଉତଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ୧୨ ବର୍ଷର ବାଳକ ବାଜିରାଉତଙ୍କ ସାହସିକତାକୁ ପ୍ରଶଂସା କରିଥିଲେ। ସୂଚନାଯୋଗ୍ୟ ଶ୍ରୀ ପ୍ରଧାନ ମହାନବମୀ ଅବସରରେ ମଙ୍ଗଳବାର ପୁରୀ ଓ ଭୁବନେଶ୍ବରରେ ବିଭିନ୍ନ ମଣ୍ଡପ ବୁଲି ମା’ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.