ରାୟଗଡ ବ୍ଲକରେ ରାଜ୍ୟ ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ “ବିକାଶର ଧାରା ଓଡିଶା ସାରା”ଆଡମ୍ବର ସହ ପାଳନ …

0

ଗଜପତି (ମନୋଜ କୁମାର ପାଢୀ) : ଗଜପତି ଜିଲ୍ଲା ଅନ୍ତର୍ଗତ ରାୟଗଡ ବ୍ଲକରେ ଗତ କିଛି ଦିନ ଧରି ଆଡମ୍ବର ସହକାରେ ରାଜ୍ୟ ସରକାର ଙ୍କ ଗତ ଦୁଇ ବର୍ଷରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ର ପଦର୍ଶନୀ ବ୍ଲକ ପରିସରରେ ଆଡମ୍ବର ସହିତ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି।ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ସନ୍ତୋଷ ବାରିକ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣ୍ଣବାସୀ ନାୟକ ଏବଂ ବ୍ଲକ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି ଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟା ସଭ୍ୟ ଙ୍କ ସହିତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟାଙ୍କୁ ଏକତ୍ରିତ ସରକାର ଙ୍କ ଯୋଜନା ଗୁଡିକୁ ପ୍ରସାର ଓ ପ୍ରଚାର ମାଧ୍ୟମରେ ଲୋକ ଲୋଚନ କୁ ଆଣିବାରେ ସକ୍ଷମ ହୋଇଥିବା ଶୁଣିବାକୁ ମିଳିଛି।

ଏହି କାର୍ଯ୍ୟକ୍ରମ ରେ ଅଙ୍ଗନବାଡି ଦିଦି ମାନଙ୍କୁ ମୋବାଇଲ ବଣ୍ଟନ,ଗରିବ ଖାଉଟିଙ୍କୁ କାର୍ଡ ବଣ୍ଟନ ସହିତ ବିଭିନ୍ନ ଉନ୍ନତ୍ତି ମୂଳକ କାର୍ଯ୍ୟକ୍ରମ ର ସଫଳ ପଦର୍ଶନ ହୋଇଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ବିଡ଼ିଓ ଶ୍ରୀ ସନ୍ତୋଷ ବାରିକ ଙ୍କ ପ୍ରତକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଉଥିବା କାର୍ଯ୍ୟକ୍ରମ ରେ ସମସ୍ତ ବିଭାଗୀୟ ଅଧିକାରୀ ଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମ ଟି ଉଚ୍ଚ କୋଟିର ହୋଇ ଥିବାରୁ ଅଞ୍ଚଳରେ ବିଡ଼ିଓ ଙ୍କ ସୁନାମ ବଢ଼ିବାରେ ଲାଗିଛି। ଏହି କାର୍ଯ୍ୟକ୍ରମ ଟି ରେ ସରକାର ଙ୍କ ଯୋଜନା ଗୁଡିକ ସଠିକ ସମୟରେ ଲୋକଙ୍କ ନିକଟରେ ପହଞ୍ଚିଥିବା ଆଲୋଚନା ହେଉଛି ।

Leave A Reply

Your email address will not be published.