ଡେରାବିଶ ରାଜନୀତିର ପିତାମହ ଭୀଷ୍ମ ରଘୁନାଥ ମହାନ୍ତିଙ୍କ ବିୟୋଗ ।

କେନ୍ଦ୍ରାପଡା : ଡେରାବିଶ ବ୍ଲକର ବରିଷ୍ଠ ରାଜନେତା ରଘୁନାଥ ମହାନ୍ତିଙ୍କ ୭୮ ବର୍ଷ ବୟସରେ ନିଧନ ହୋଇ ଯାଇଛି , ସେ ଦୀର୍ଘଦିନ ଧରି ଅସୁସ୍ଥ ଥାଇ ସିକିତ୍ସିତ ହେଉଥିଲେ । ସ୍ବର୍ଗତ ରଗୁବାବୁ ଦୀର୍ଘ ୪ ଦଶନ୍ଧି ଧରି ସକ୍ରିୟ ରାଜନୀତିରେ ଥାଇ , ଡେରାବିଶ ବ୍ଲକ ଅନର୍ଗତ ଅବିଭକ୍ତ ଗୋଲାରାହାଟ ପଞ୍ଚାୟତ ସରପଞ୍ଚ , ସମିତିସଭ୍ୟ, ଗୋଳରହାଟ ସମବାୟ ସମିତିର ସଭାପତି ଓ ୨୦୧୨ ରୁ ୨୦୧୭ ମସିହା ପର୍ଯ୍ୟନ୍ତ ୧୨ ଜୋନରୁ ଜିଲ୍ଲାପରିଷଦ ସଭ୍ୟ ଭାବରେ ନିର୍ବାଚିତ ହୋଇ ଅଞ୍ଚଳରେ ଅନେକ ଅନୁଷ୍ଠାନ ଗଢ଼ିଥିଲେ , ତାଙ୍କ ଦେହାନ୍ତରେ ଡେରାବିଶ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।
ତାଙ୍କ ବିୟୋଗରେ ବରୀ ଡେରାବିଶର ପୂର୍ବତନ ବିଧାୟକ ଚିନ୍ମୟ ବେହୁରା , ପୂର୍ବତନ ବିଧାୟକ କୁଳମଣି ରାଉତ , କେନ୍ଦ୍ରାପଡାର ପୂର୍ବତନ ବିଧାୟକ ଉତ୍କଳ ପରିଡା , ଡେରାବିଶ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସରୋଜ ସାହୁ , ବରିଷ୍ଠ ନେତା ବଟକୃଷ୍ଣ ସାମଲ , ରଘୁନାଥ ଶତପଥୀ , ପର୍ବତନ ସରପଞ୍ଚ ତ୍ରିଲୋଚନ ରାଉତ , ମନୋରଞ୍ଜନ ଉପାଧ୍ୟାୟ , ମହେନ୍ଦ୍ର ସିଂ , କୁମାର ବଳ , ବିଶ୍ୱରଞ୍ଜନ ଦାସ (ବାପି) ବାଲିଆ ସରପଞ୍ଚ ପ୍ରବୀର ସିଂ ,ଖୁର୍ସିଦ ଆଲାମ ଖାଁ , ସହାଜନ ଖାଁ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

Comments are closed.