ଡିସେମ୍ବର ୨୨ରେ ମାଓବାଦୀଙ୍କ ଭାରତବନ୍ଦ ଡାକରା

ବିଶ୍ରା: ଓଡ଼ିଶା ସୀମା ଝାଡ଼ଖଣ୍ଡର ସରଣ୍ଡା ଜଙ୍ଗଲରେ ଗତ କିଛିଦିନ ଧରି ମାଓବାଦୀଙ୍କ ଆତଙ୍କ ଜାରିରହିଛି। ଏଭଳି ସ୍ଥିତିରେ ସେମାନେ ଡିସେମ୍ବରରେ ୨୨ରେ ଭାରତ ବନ୍ଦ ପାଇଁ ଆହ୍ଵାନ ଦେଇଛନ୍ତି। ଏହି ସୂଚନା ସିପିଆଇ ମାଓବାଦୀ ସଂଗଠନର ସାଉଥ୍‌ ସବ୍‌ଜୋନାଲ୍‌ ବ୍ୟୁରୋ ମୁଖ୍ୟ ପ୍ରବକ୍ତା ସମତା ଦ୍ଵାରା ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଦିଆଯାଇଛି। ସେଥିରେ କୁହାଯାଇଛି ଯେ, ଡିସେମ୍ବର ୧୬-୨୨ ଯାଏ ମାଓବାଦୀ ସଂଗଠନ ଦ୍ୱାରା ଦମନ ବିରୋଧୀ ସପ୍ତାହ ପାଳନ କରାଯାଉଛି। ଯାହାର ଶେଷଦିନ ୨୨ରେ ସଂଗଠନ ଦ୍ଵାରା ଭାରତବନ୍ଦ ଡାକରା ଦିଆଯାଇଛି। ନକ୍ସଲମାନଙ୍କ ଦ୍ଵାରା ଏହି ବନ୍ଦ ଘୋଷଣା ପରେ ଓଡ଼ିଶା ସୀମାରେ ଥିବା ସରଣ୍ଡା ଜଙ୍ଗଲ ସମେତ ବିଭିନ୍ନ ମାଓ ପ୍ରଭାବିତ ଅଞ୍ଚଳରେ ପୁଲିସ ଓ ସିଆର୍‌ପିଏଫ୍‌ ପକ୍ଷରୁ ନିରନ୍ତର ଭାବରେ ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ ହେଇଛି।

Comments are closed.