ପାସ ଦେଇଥିବା ବିଜେପି ସାଂସଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବଦଳରେ ୧୪ ସାଂସଦ ନିଲମ୍ବିତ

ଡେସ୍କ: ଚଳିତ ଶୀତକାଳୀନ ଅଧିବେଶନରେ ଗୃହ ଚାଲିଥିବା ବେଳେ ଦୁଇ ଜଣ ବ୍ୟକ୍ତି ଦର୍ଶକ ଗ୍ୟାଲେରୀରୁ ହଠାତ ଡେଇଁ ପଡି ସାଂସଦମାନଙ୍କ ପାଇଁ ଉଦ୍ଦିଷ୍ଟ ଆସନ ଉପରେ ଡେଇଁବା ଆରମ୍ଭ କରିଥିଲେ। ସେମାନେ ମଧ୍ୟ ନିଜ ସହ ନେଇଥିବା ଏକ କ୍ୟାନରୁ ହଳଦିଆ ଗ୍ୟାସ ନିର୍ଗତ ହେଉଥିବା ଜଣାପଡିଥିଲା। ଏହି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଦର୍ଶକ ଗ୍ୟାଲେରୀକୁ ଆସିବାକୁ ଅନୁମତି ପତ୍ର ଦେଇଥିବା ବିଜେପି ସାଂସଦ ପ୍ରତାପ ସିମ୍ହାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ବଦଳରେ ଏହି ବିଷୟରେ ଆଲୋଚନା ପାଇଁ ଅଡି ବସିଥିବା ୧୫ ଜଣ ସାଂସଦଙ୍କୁ ନିଲମ୍ବନ କରିବା ଏକଛତ୍ରବାଦ ଶାସନ ବୋଲି ଅନେକ ସାଂସଦ କହିଛନ୍ତି।

ସୂଚନା ଅନୁଯାୟୀ, କ୍ରମାଗତ ହଟ୍ଟଗୋଳ କରି ଗୃହ ଚଳାଇ ନ ଦେବା ଅଭିଯୋଗରେ ୧୪ ଜଣ ବିରୋଧୀ ସାଂସଦଙ୍କୁ ଶୀତକାଳୀନ ଅଧିବେଶନ ଶେଷ ଯାଏଁ ନିଲମ୍ବନ କରାଯାଇଛି। ଏହି ୧୪ ଜଣ ସାଂସଦଙ୍କ ମଧ୍ୟରେ ଲୋକସଭାରୁ ୧୩ ଜଣ ଓ ରାଜ୍ୟସଭାରୁ ଜଣ ଅଛନ୍ତି।

ଏହି ଘଟଣାରେ ବିରୋଧୀ ସଦସ୍ୟ ମାନେ ହଟ୍ଟଗୋଳ କରିବା ସହ ଗୃହରେ ଉତ୍ତର ରଖିବା ଓ ଆଲୋଚନା ପାଇଁ ଦାବି କରିଥିଲେ। ତେବେ ବାଚସ୍ପତି ଓମ ବିର୍ଲା ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ। ନିଲମ୍ବିତ ହୋଇଥିବା ଲୋକସଭାର ୧୩ ଜଣ ସାଂସଦ ହେଉଛନ୍ତି ବେଣୀ ବେହନନ, ଭିକେ ଶ୍ରୀକାନ୍ଦନ, ମହମ୍ମଦ ଜାୱେଦ, ପିଆର ନଟରାଜନ, କାନିମୋଇ କରୁଣାନିଧି, କେ ସୁବ୍ରମଣ୍ୟମ, ଏସ ଭେଙ୍କଟେସନ, ମାଣିକମ ଟାଗୋର, ଟି ଏନ୍ ପ୍ରଥାପନ୍, ହିବି ଇଡେନ୍, ଏସ୍ ଜୋଥିମଣି, ରମ୍ୟା ହରିଦାସ ଏବଂ ଡିନ୍ କୁରିଆକୋଜ। ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ସାଂସଦ ହେଉଛନ୍ତି ଡେରେକ୍‌ ଓବ୍ରାଇନ୍‌। ଏହି ସାଂସଦଙ୍କ ମଧ୍ୟରେ କଂଗ୍ରେସର ୯, ସିପିଏମର ୨, ଡ଼ିଏମକେର ୨, ସିପିଆଇର ଜଣେ ଓ ଟିଏମସିର ଜଣେ ସାଂସଦ ଅଛନ୍ତି।

Comments are closed.