ଦାନ ବାକ୍ସ ଭାଙ୍ଗି ଲୁଟି ନେଲେ ଟଙ୍କା ।

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ଅନ୍ତର୍ଗତ ଦେୱାନପାଲି ଗାଁ ନିକଟରେ ଥିବା ଖୁଣ୍ଟଲା ଦର୍ହ ଗୁପ୍ତେଶ୍ୱର ମନ୍ଦିରର ଦାନ ବାକ୍ସକୁ ଭାଙ୍ଗି ସେଥିରେ ଥିବା ଟଙ୍କାକୁ ଲୁଟିନେଇଥିବା ଅଭିଯୋଗ ହୋଇଛି । ସକାଳୁ ଜଣେ ଭକ୍ତ ମନ୍ଦିରକୁ ଦର୍ଶନ କରିବାକୁ ଆସିଥିବାବେଳେ ଦାନ ବାକ୍ସ ଭାଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ । ଏନେଇ ମନ୍ଦିର କମିଟିକୁ ସେ ସୁଚନା ଦେଇଥିଲେ । କମିଟି ସଭାପତି ବାକ୍ସ ଖୋଲି ଦେଖିଲା ବେଳକୁ ଦାନ ବାକ୍ସରେ କୌଣସି ଟଙ୍କା ନଥିଲା । ଏନେଇ ବୀରମହାରାଜପୁର ଥାନା ଅନ୍ତର୍ଗତ ଡ୍ୟାମସାଇଟ ଫାଣ୍ଡିରେ କମିଟି ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି । ଦାନ ବାକ୍ସରେ ପ୍ରାୟ ୨୦ ହଜାର ଟଙ୍କା ଥିବାର ଅନୁମାନ କରାଯାଉଛି ବୋଲି କହିଛନ୍ତି କମିଟିର ସଭାପତି ।

Comments are closed.