କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ଜାରି

ଭୁବନେଶ୍ୱର:  କଟକ ଓ ଭୁବନେଶ୍ୱରରେ ଗତକାଲି ରାତିରୁ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ସାଙ୍ଗକୁ ଘଡ଼ଘଡି ଓ ବିଜୁଳି ମାରୁଛି। ଏହାଛଡ଼ା ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବି ବର୍ଷା ଲାଗି ରହିଛି। ଏଣେ ଘଡ଼ଘଡ଼ି ବିଜୁଳି ବି ମାରୁଛି। ଏହାଦ୍ବାରା ଜନଜୀବନ ପ୍ରଭାବିତ ହୋଇଛି। କଟକ ସହରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି। ଏଣେ ପଶ୍ଚିମ ଓଡ଼ିଶାରେ ୩ ଘଣ୍ଟା ହେଲା ଘନଘନ ବିଜୁଳି ଜାରି ରହିଛି। ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଆସନ୍ତାକାଲିଠାରୁ ବର୍ଷାର ମାତ୍ରା କମିବ। ଏହାପରେ ତାପମାତ୍ରା ବଢ଼ିବ ।

Comments are closed.