ନୂତନ ଥାନାଅଧିକାରୀଙ୍କୁ ଶୁଭେଚ୍ଛା

ଦଶରଥପୁର,ତା୨୭ /୭(ନି.ପ୍ର): ଦଶରଥପୁର ବ୍ଲକର ମଙ୍ଗଳପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଥିବା ଭୁବନ ମୋହନ ସେଠି ଙ୍କୁସୋମବାର ଯାଜପୁର କଂଗ୍ରେସ କମିଟିର ମୁଖପାତ୍ର ସାଗର ରଞ୍ଜନ ପରିଡ଼ା ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି। ମଙ୍ଗଳପୁର ବଜାରର ଟ୍ରାଫିକ ସମସ୍ୟାଦୂର କରିବା, ଚୋରା ମଦ ବେପାର କୁ ବନ୍ଦ କରିବା ସହ ମଦ୍ୟପ ମାନଙ୍କର ଦୋରାତ୍ମକ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଶ୍ରୀଯୁକ୍ତ ପରିଡ଼ା କହିଥିବାବେଳେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏବାବଦରେ ଥାନା ଅଧିକାରୀ
ଶ୍ରୀଯୁକ୍ତ ସେଠି ନିଶ୍ଚିନ୍ତ ଦୃଢପଦକ୍ଷେପ ନେବେବୋଲି ପ୍ରତିଶୃତି ଦେଇଥିଲେ।

Comments are closed.