ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ,ସ୍ୱୟଂ ସହାୟକ ଗୋଷ୍ଠୀ ଓ ସଫେଇ ମିତ୍ରଙ୍କ ପ୍ରତିଯୋଗିତା ଅନୁଷ୍ଠିତ

0

ନୟାଗଡ଼ (୨୮/୮):ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଜି ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ -୨୦୨୬ ପାଳନ ଉଦ୍ଦେଶ୍ୟରେ ୨୨ ଟି ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରୁ ମୋଟ ୧୭୭ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ତୃତୀୟ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୦୫ ଜଣ ଷଷ୍ଠ ରୁ ଅଷ୍ଟମ ୬୦ ଜଣ,ନବମରୁ +୨ ପର୍ଯ୍ୟନ୍ତ ୧୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିତ୍ରାଙ୍କନ,ସାଧାରଣଜ୍ଞାନ ଓ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଚାରକ ରୂପେ ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଦାମୋଦର ଖିଲାର,ଅବସରପ୍ରାପ୍ତ ସେନାଧିକାରୀ ସାର୍ଥକ ଷଢ଼ଙ୍ଗୀ, ଶିକ୍ଷକ ଚିତ୍ତରଞ୍ଜନ ମିଶ୍ର ଓ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ନରେଶ ପାଣିଗ୍ରାହୀ ଦାୟିତ୍ୱ ତୁଲାଇଥିଲେ।

ଚିତ୍ରାଙ୍କନ ରେ ପ୍ରିୟାଂଶୁ ସାହୁ ୪ର୍ଥ ସେଣ୍ଟ ଜାଭିୟର ଉଚ୍ଚବିଦ୍ୟାଳୟ ପ୍ରଥମ ସ୍ଥାନ,କୁଳଦୀପ ପ୍ରଧାନ ୫ମ ସରକାରୀ ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଦ୍ୱିତୀୟ ଓ ତନୟା ପ୍ରିୟଦର୍ଶିନୀ ୫ମ ସରକାରୀ ପ୍ରାଥମିକ ବିଦ୍ୟାଳୟ ତୃତୀୟ ତର୍କ ରେ ସ୍ୱାଧୀନୀ ଭାରତୀ ୧୦ମ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆଖୁପଦର ପ୍ରଥମ,ଇଷିତା ଦାଶ ଏକାଦଶ ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ଦ୍ୱିତୀୟ ସୁଚିନ୍ତିକା ସାହୁ ଦଶମ ପି.ଏମ୍ .ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଓ ସୁଚିଶ୍ମିତା ଡାକୁଆ ଦ୍ୱାଦଶ ରଘୁନାଥ ସମବାୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଯୁଗ୍ମ ତୃତୀୟ ।ସାଧାରଣଜ୍ଞାନ ପରୀକ୍ଷାରେ ଅରୋଶିଖା ସାହୁ ଅଷ୍ଟମ ପି.ଏମ୍ .ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପ୍ରଥମ ,ଶୁଭଶ୍ରୀ ପ୍ରିୟଦର୍ଶିନୀ ଷଷ୍ଠ ପି.ଏମ୍ .ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଦ୍ୱିତୀୟ ଓ ପ୍ରତ୍ୟୁଷା ସାହୁ ଷଷ୍ଠ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ମହିଳା ସଫେଇ ମିତ୍ର ଓ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେଇ ସଙ୍ଗୀତ ଚୌକି ଓ ପୁରୁଷ ସଫେଇ ମିତ୍ର ମାନଙ୍କ ମଧ୍ୟରେ ଲୋକବାଦ୍ୟ (ଢୋଲ) ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ସଙ୍ଗୀତ ଚୌକି ରେ ଲକ୍ଷ୍ମୀ ବାରିକ ପ୍ରଥମ ସ୍ଥାନ, କୁମା ବେହେରା ଦ୍ୱିତୀୟ ସ୍ଥାନ ଓ ବାସନ୍ତୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ପୁରୁଷ ବିଭାଗରେ ତ୍ରିଲୋଚନ ନାହାକ ପ୍ରଥମ ସ୍ଥାନ ଓ ଚୈତନ୍ୟ ନାହାକ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।

ହୁଳହୁଳି ପ୍ରତିଯୋଗିତାରେ ବାସନ୍ତୀ ସାହୁ ପ୍ରଥମ, ମହାଲକ୍ଷ୍ମୀ ନାୟକ ଦ୍ୱିତୀୟ ଓ ମିନତୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତି ପ୍ରତିଯୋଗୀ ମାନଙ୍କୁ ଆସନ୍ତା ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ-୨୬ ଦିନ ପୁରସ୍କୃତ କରାଯିବ।ଆଜିର କାର୍ଯ୍ୟକ୍ରମକୁ ବୈଷୟିକ ସହଯୋଗୀ ମିଲନ୍ ସାହୁ ସନ୍ଦୀପ୍ ପାଣିଗ୍ରାହୀ, ସୋମନାଥ ବେହେରା ସହଯୋଗ କରିଥିବାବେଳେ ପ୍ରକୃତିବନ୍ଧୁ ପଞାନନ ପଣ୍ଡା, ପ୍ରଧାନଶିକ୍ଷକ ଭାବଗ୍ରାହୀ ମହାପାତ୍ର, ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ରଞ୍ଜନ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ରିପୋର୍ଟ-ସନାତନ ମହାକୁଡ଼ ।

Leave A Reply

Your email address will not be published.