କକ୍ରୋଚ ଜନତା ପାର୍ଟି ଖୋଲିଲା ନୂଆ ଏକ୍ସ ଆକାଉଣ୍ଟ

ନୂଆଦିଲ୍ଲୀ : କକ୍ରୋଚ ଜନତା ପାର୍ଟି (ସିଜେପି)ର ‘ଏକ୍ସ’ ଆକାଉଣ୍ଟକୁ ବ୍ଲକ କରାଯିବା ପରେ ଦଳ ଆଉ ଏକ ନୂଆ ‘ଏକ୍ସ’ ଆକାଉଣ୍ଟ ଖୋଲିଛି। ଗୁରୁବାର ଆକାଉଣ୍ଟ ବ୍ଲକ ​‌ହେବାର କିଛି ଘଣ୍ଟା ପରେ ନୂଆ ଆକାଉଣ୍ଟ ଖୋଲାଯାଇଥିଲା। ପାର୍ଟିର ଅନଲାଇନ ଲୋକପ୍ରିୟତା ବଢୁଥିବାବେଳେ ଦଳର ଏକ୍ସ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଥିଲା। ସିଜେପିର ଇନଷ୍ଟାଗ୍ରାମ ଅନୁଗାମୀ ସଂଖ୍ୟା ଏବେ ୧୦ ନିୟୁତ ରହିଛି। ଯେତେବେଳେ କି ଦେଶର ଶାସକ ଦଳ ବିଜେପିର ଅନୁଗାମୀ ସଂଖ୍ୟା ହେଉଛନ୍ତି ୮.୭ ନିୟୁତ। ନିର୍ବାଚନ ଆୟୋଗଙ୍କ ନିକଟରେ ପଞ୍ଜିକୃତ ହୋଇନଥିବା ଏହି ଦଳର ପ୍ରତିଷ୍ଠାତା ହେଉଛନ୍ତି ଅଭିଜିତ୍ ଦୀପକେ। ମେ’ ୧୬ରେ ଏହି ଦଳ ପ୍ରତିଷ୍ଠା କରାଯାଇଥିବାବେଳେ ଏହାର ସଦସ୍ୟ ସଂଖ୍ୟା ୩ଲକ୍ଷ ୫୦ହଜାରରୁ ଅଧିକ ହେଲାଣି।

Comments are closed.