ଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କକ୍ରୋଚ୍ ଜନତା ପାର୍ଟିର ପ୍ରଦର୍ଶନ। NEET ପେପର୍ ଲିକ୍ ଏବଂ CBSE ପରୀକ୍ଷାରେ ଅନିୟମିତତା ବିରୋଧରେ ପ୍ରତିବାଦ କରିଛନ୍ତି। ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦିପକେ ଆଜିର ପ୍ରଦର୍ଶନରେ ସାମିଲ ହୋଇଛନ୍ତି। ଆମେରିକାର ବୋଷ୍ଟନରୁ ଆସି ପ୍ରଦର୍ଶନ ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ ଦିପକେ। ପରୀକ୍ଷାରେ ଅନିୟମିତତା ପାଇଁ ସେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି ।
ସାମାଜିକ କର୍ମୀ ସୋନମ୍ ୱାଙ୍ଗଚୁକ୍ ମଧ୍ୟ ଏହି ପ୍ରତିବାଦରେ ସାମିଲ ହୋଇଛନ୍ତି। ପୁଲିସ ପ୍ରତିବାଦ ପାଇଁ ସନ୍ଧ୍ୟା ୫ଟା ଯାଏଁ ଅନୁମତି ଦେଇଛି। ଏହି ଧାରଣା ପ୍ରଦର୍ଶନ ପାଇଁ କକ୍ରୋଚ୍ ଜନତା ପାର୍ଟିର ଅନେକ ଅନୁଗାମୀ ଜନ୍ତର ମନ୍ତରରେ ପହଞ୍ଚିଥିଲେ। ତେବେ ଯେତିକି ଆଶା କରାଯାଉଥିଲା, ସେହି ଅନୁଯାୟୀ ପ୍ରଦର୍ଶନକାରୀ ପହଞ୍ଚିନଥିବା କୁହାଯାଉଛି। … ତେବେ ଏନେଇ ଶିକ୍ଷାମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।