୧୭୪୫ କୋଟିର କୋକେନ୍ ଜବତ
ମୁମ୍ବଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଅଧିକାରୀମାନେ ଶୁକ୍ରବାର ନଭି ମୁମ୍ବଇ ଓ ଥାଣେ ଅଞ୍ଚଳରେ ଚଢଉ କରି ୩୪୯ କିଲୋ ଓଜନର କୋକେନ୍ ଜବତ କରିଛନ୍ତି। ଆନ୍ତର୍ଜାତିକ ମାର୍କେଟରେ ଏହାର ମୂଲ୍ୟ ୧୭୪୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ମାଷ୍ଟର ମାଇଣ୍ଡକୁ ଖୋଜା ଚାଲିଛି। ଗୁଇନ୍ଦା ସୂଚନାକୁ ଆଧାର କରି ଏନ୍ସିିବି ଟିମ୍ ପ୍ରଥମେ ନଭି ମୁମ୍ବଇସ୍ଥିତ କଲାମ୍ବୋଲି ଅଞ୍ଚଳରେ ଏକ ମାରୁତି ସୁଜୁକି କାର୍କୁ ଅଟକାଇ ଯାଞ୍ଚ କରିଥିଲେ। ସେଥିରୁ ୧୩୬ କିଲୋ କୋକେନ୍ ଜବତ କରାଯାଇଛି। ଏହି କୋକେନ୍କୁ କ୍ରିକେଟ ପ୍ୟାଡ୍ ଓ ଗ୍ଲୋଭ୍ସରେ ଲୁଚାଇ ରଖାଯାଇଥିଲା। ମାରୁତି ଡ୍ରାଇଭର ଗିରଫ ହୋଇଥିବାବେଳେ ତା’ ବୟାନକୁ ଆଧାର କରି ଥାଣେର ଭିୱାଣ୍ଡି ଅନ୍ତର୍ଗତ ରେହନାଲ ଗ୍ରାମରେ ପୁଣି ଚଢଉ କରାଯାଇଥିଲା। ସେଠାରୁ ୨୧୩ କିଲୋ କୋକେନ ଜବତ ହୋଇଛି। ବିଦେଶରୁ ଆସିଥିବା ଏକ ମେସିନରେ କୋକେନ ଭର୍ତ୍ତି ପ୍ୟାକେଟଗୁଡିକୁ ନଅ ଥାକିଆ ପଲିଥିନରେ ବନ୍ଧା ଯାଇଥିବା କୁହାଯାଇଛି।
Comments are closed.