ଲଙ୍ଗଳ ଧରି ହଳ କଲେ, ବିହନ ବୁଣିଲେ; ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ କୃଷକ ଦିବସ ପାଳନ ହୋଇଯାଇଛି। ଅକ୍ଷିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

କଟକ : ଲଙ୍ଗଳ ଧରି ହଳ କଲେ, ବିହନ ବୁଣିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅଖିମୁଠି ଅନୁକୂଳ କରିଛନ୍ତି। କଟକରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ-CRRIରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହୋଇଛି। ଯେଉଁଠି ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ। ପାରମ୍ପରିକ ରୀତିନୀତି ଅନୁସାରେ, ହୋମଯଜ୍ଞ ହେବା ସହ ଅକ୍ଷିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।।ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟର ଚାଷୀଙ୍କୁ ସିଏମ୍ କିଷାନ ସହାୟତା ରାଶି ବି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ଏଥି ସହିତ  ମୁଖ୍ୟମନ୍ତ୍ରୀ ‘କୃଷି ରଥ’ ଏବଂ ‘ସିଡ୍ସ ଅନ ହ୍ବିଲ୍ସ’ ର ଶୁଭାରମ୍ଭ କରିବେ।

Comments are closed.