ଭୁବନେଶ୍ୱର :ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ପଦ୍ମ ଫୁଟାଇ ବିଜେପି ନୂତନ ଇତିହାସ ସୃଷ୍ଟି କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ସାଧାରଣ ଜନତା ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଚଳିତ ନିର୍ବାଚନର ଫଳାଫଳ ଟିଏମ୍ସି ସରକାରର ଅନ୍ୟାୟ ବିରୋଧରେ ସ୍ପଷ୍ଟ ଜନାଦେଶ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ପଶ୍ଚିମବଙ୍ଗରେ ମହିଳାଙ୍କ ଉପରେ କ୍ରମାଗତ ଅତ୍ୟାଚାର ଏବଂ ଶାସକ ଦଳର ନେତାଙ୍କ ଦ୍ବାରା ଦିଆଯାଉଥିବା ସମ୍ବେଦନହୀନ ମନ୍ତବ୍ୟକୁ ପଶ୍ଚିମବଙ୍ଗର ନାରୀଶକ୍ତି ପ୍ରତ୍ୟାଖ୍ୟାନ କରିଛନ୍ତି। ମହିଳାଙ୍କ ସମ୍ମାନ ରକ୍ଷା କରିବାରେ ମମତା ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ମମତାଙ୍କ ସରକାର ସର୍ବଦା ଜନଜାତି ବର୍ଗର ସ୍ବାର୍ଥକୁ ଅଣଦେଖା କରିଆସିଛି। ସେହିପରି ରାଜ୍ୟର ଚାଷୀକୁଳକୁ କେନ୍ଦ୍ରୀୟ ଯୋଜନାର ସୁଫଳରୁ ବଞ୍ଚିତ କରି ସେମାନଙ୍କ ସହ ବିଶ୍ବାସଘାତକତା କରାଯାଇଛି। ବଙ୍ଗର ଯୁବବର୍ଗ ଆଜି ବେକାରୀ ସମସ୍ୟାରେ ଜର୍ଜରିତ। ନିଯୁକ୍ତିି ସୁଯୋଗ ସୃଷ୍ଟି କରିବା ପରିବର୍ତ୍ତେ ଟିଏମ୍ସି ସରକାର ଯୁବପିଢିଙ୍କୁ ଭ୍ରମିତ କରିଆସୁଛି। ଏହି ବିଜୟ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ‘ସୋନାର ବାଂଲା’ ସ୍ବପ୍ନକୁ ସାକାର କରିବାରେ ଏକ ଦୃଢ ମୂଳଦୁଆ ହେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.