ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

0

ଭୁବନେଶ୍ୱର: ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ଉଠିଥିବା ବିବାଦ ମଧ୍ୟରେ ଗଣଶିକ୍ଷା ମନ୍ତ୍ରୀ ତ୍ରୁଟି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବହିରେ ଯେଉଁ ଭୁଲ ଥିବା କଥା ପ୍ରଚାର ହେଉଛି, ସେପରି କୌଣସି ତ୍ରୁଟି ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି।

ମନ୍ତ୍ରୀ କହିଛନ୍ତି, ପିଲାମାନଙ୍କୁ ଖୁବଶୀଘ୍ର ସଠିକ ଓ ସଂଶୋଧିତ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ସେହିପରି ‘ନିମ୍ବଡା ନିମ୍ବଡା’ ଗୀତକୁ ଯେଭଳି ଉପସ୍ଥାପନ କରାଯାଇଛି, ତାହା ସଠିକ ନୁହେଁ ବୋଲି ସେ କହିଛନ୍ତି।

ଗଣଶିକ୍ଷା ମନ୍ତ୍ରୀଙ୍କ କହିବା ଅନୁସାରେ, ଜାତୀୟ ଶିକ୍ଷା ନୀତି (NEP) ଅନୁଯାୟୀ ଦେଶର ବିଭିନ୍ନ ରାଜ୍ୟର ଗୀତ ଓ ସାଂସ୍କୃତିକ ବିଷୟବସ୍ତୁକୁ ପାଠ୍ୟକ୍ରମରେ ସ୍ଥାନ ଦିଆଯାଇଛି। ତେଣୁ ଏହାକୁ ନେଇ ସୃଷ୍ଟି ହୋଇଥିବା ଭ୍ରମର କୌଣସି ଆଧାର ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ପାଠ୍ୟପୁସ୍ତକକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ସରକାରଙ୍କ ଏହି ସ୍ପଷ୍ଟୀକରଣ ପରେ ବିବାଦ ଉପରେ ପୂର୍ଣ୍ଣବିରାମ ପଡ଼ିବ କି ନାହିଁ, ତାହା ଏବେ ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.