ଆର,ଉଦୟଗିରି,୨୦.୬ ଆଜି ମୋହନା ବ୍ଲକ ପରିସର ମଧ୍ୟରେ ରାଜ୍ୟ ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ହେଉଥିବା “ବିକାଶର ଧାରା ଓଡିଶା ସାରା”କାର୍ଯ୍ୟକ୍ରମ ରେ ଆଜି ସ୍ୱାବଲମ୍ବୀ-ଜୁବା ସମୃଦ୍ଧ କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୋହନା ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ, ଜିଲ୍ଲା ଶିଳ୍ପ ଅଧିକାରୀ, ଜିଲ୍ଲା କର୍ମନିଯୁକ୍ତି ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ମୋହନା ସରପଞ୍ଚ ସୁନିତା ମଲ୍ଲିକ, ଡେଙ୍ଗେସଖାଲ ସରପଞ୍ଚ, ମୋହନା ପଞ୍ଚାୟତ ପି ଇ ଓ ସନ୍ତୋଷ କାରୀକା, କେତକ ୱାର୍ଡ ସଭ୍ୟା ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଖାଉଟି କାର୍ଡ ମଧ୍ୟ ବଣ୍ଟନ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ମୋହନା ବ୍ଲକର ସମସ୍ତ ପଞ୍ଚାୟତ ରେ ମଧ୍ୟ ଚାଲୁ ରହିଥିବା ଦେଖିବାକୁ ମିଳିଛି।
Sign in
Sign in
Recover your password.
A password will be e-mailed to you.