ଭତ୍ତା ପାଇଁ ବିଧାୟକ ରୂପେଶ ପାଣିଗ୍ରାହୀ ଙ୍କୁ ଗୁହାରୀ ଜଣାଇଲେ ବୃଦ୍ଧ ବୃଦ୍ଧା ।

ଗଜପତି : ୨୦.୬ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସଭାରେ ଯୋଗ ଦେବା ପାଇଁ ବିଧାୟକ ରୂପେଶ ପାଣିଗ୍ରାହୀ ଗୁମ୍ମା ଗସ୍ତ କରିଥିଲେ। ଏହି ସମୟରେ କିଛି ବୃଦ୍ଧ ବୃଦ୍ଧା ଗତ କିଛି ମାସ ଧରି ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ଓ ବିକଳାଙ୍ଗ ଭତ୍ତା ପାଇ ନଥିବାରୁ ଅନେକ ଦିନ ଧରି ଅସୁବିଧା ର ସମ୍ମୁଖୀନ ହେଉଥିବା ହେତୁ ଠିକ୍ ଭାବରେ ଭତ୍ତା ପାଇବା ପାଇଁ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ। ବିଧାୟକ ମହାଶୟ ଗୁହାରୀ ଶୁଣି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ତଥା ତୁରନ୍ତ ଏ ଘଟଣାର ସମଧାନ ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ। ଏଇ ଭଳି ଘଟଣା ସାରା ରାଜ୍ୟରେ ଦେଖିବାକୁ ମିଳୁଛି, ମୁଖ୍ୟତଃ ଆମ ଜିଲ୍ଲା ର ପ୍ରତେକ୍ ବ୍ଲକ ରେ ଏଇ ଭଳି ଅଭିଯୋଗ ଦେଖିବାକୁ ମିଳୁଛି, ଜିଲ୍ଲା ର ସବୁଠାରୁ ଗରିବ ଓ ଆଦିବାସୀ ଲୋକେ ଗୁମ୍ମା ବ୍ଲକ ରେ ରୁହନ୍ତି, ଏହି ପେନସନ ମିଳିଲେ ଔଷଧ ଓ ଅଲଗା ଖର୍ଚ୍ଚ କରିଥାନ୍ତି, ଲଗାତାର ଭାବେ 3ରୁ4 ମାସ ପେନସନ ନମିଳିବାରୁ ଲୋକେ ଔଷଧ କଥା ଛାଡନ୍ତୁ ଚାହା ଟିକେ ପିଇବା ପାଇଁ ସକ୍ଷମ ହେଉନାହାନ୍ତି, ଏହି ସମସ୍ୟା ପ୍ରତେକ ଶୁଣି ବିଧାୟକ ଜିଲ୍ଲା ପ୍ରଶାସନ ଓ ରାଜ୍ୟସରକାର ଙ୍କୁ ଚିଠି ମାଧ୍ୟମ ରେ ଜଣେଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Comments are closed.