ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’କୁ ନେଇ ହୋଇଥିବା ବୟକଟ୍‌ ‌ଟ୍ରେଣ୍ଡ୍‌ ଉପରେ ପ୍ରତିକ୍ରିୟା ରଖିଲେ ନିର୍ଦ୍ଦେଶକ ଆୟାନ

ମୁମ୍ବାଇ: ଚଳଚ୍ଚିତ୍ର ରିଲିଜ୍‌ ହେବା ପୂର୍ବରୁ ସୋସିଆଲ୍‌ ମିଡିଆରେ ‘ବୟକଟ୍‌ ବ୍ରହ୍ମ‌ାସ୍ତ୍ର’ ଟ୍ରେଣ୍ଡ୍‌ ଚାଲିଥିବା ବେଳେ ଶେଷରେ ଏହାକୁ ନେଇ ଏବେ ନିଜର ପ୍ରତିକ୍ରିୟା ଦେଇଛନ୍ତି ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ। ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଏହି ଚଳଚ୍ଚିତ୍ରଟିକୁ ନେଇ ଖୁବ୍‌ ଚିନ୍ତାରେ ଥିଲେ ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ। ମାତ୍ର ଚଳଚ୍ଚିତ୍ରଟି ଆଶାଠାରୁ ଯଥେଷ୍ଟ ଭଲ ପ୍ରଦର୍ଶନ କରିଛି।

ଇଣ୍ଡିଆ ଟୁଡେକୁ ନିଜର ସାକ୍ଷାତ୍‌କାରରେ ଦେଇ ଆୟାନ କହିଛନ୍ତି, ‘ଆମେ ସକାରାତ୍ମକ ହୋଇ ଫିଲ୍ମଟିକୁ ରିଲିଜ୍‌ କରିଛୁ। ମୋର ଭାବନା ହେଉଛି କିଛି ବି ‌କ୍ଷେତ୍ରରେ ସଫଳତା ପାଇବାକୁ ହେଲେ ଆମେ ନକରାତ୍ମକ କଥାରୁ ନିଜକୁ ଦୂରେଇ ରଖି ନିଜ ପଥ ଉପରେ ଧ୍ୟାନ ଦେବା ଉଚିତ।  ଫିଲ୍ମ ରିଲିଜ୍‌ ପୂର୍ବରୁ ମୁଁ ଯାହା ବି ଶବ୍ଦ ଶୁଣିଥିଲି ତାହା ସବୁ ମୋତେ ପଛରୁ ଶୁଭୁଥିଲା। ମୋର ପୂରା ଚେଷ୍ଟା ଥିଲା ମୁଁ କିପରି ‘ବ୍ରହ୍ମାସ୍ତ୍ର’କୁ ସଫଳ କରିବି। ଭିଏଫ୍‌ଏକ୍ସରୁ ନେଇ ଅନ୍ୟାନ୍ୟ ଟେକ୍‌ନିକାଲ୍‌ କାମ ପର୍ଯ୍ୟନ୍ତ ଅନେକ କିଛି କରିବାକୁ ଥିଲା। ସେସବୁକୁ ଆମେ ଠିକ୍‌ ଭାବେ କରିଲୁ। ଆମେ ଏତେ ବ୍ୟସ୍ତ ରହୁଥିଲୁ ଯେ ଫିଲ୍ମ ରିଲିଜ୍‌ ପୂର୍ବରୁ ଆମେ ସାକ୍ଷାତ୍‌କାର ପାଇଁ ବି ସମୟ ପାଉନଥିଲୁ। ରିଲିଜ୍‌ ପୂର୍ବରୁ ସମସ୍ତ ପ୍ରମୋସ୍‌ନାଲ୍‌ ତାରିଖଗୁଡ଼ିକରେ ରଣବୀର ଓ ଆଲିଆ ଆସୁଥିଲେ। ସେମାନେ ବସି ଏଡିଟିଂ ଓ ଭିଏଫ୍‌ଏକ୍ସ ଆଦି ଦେଖୁଥିଲେ। ଚଳଚ୍ଚିତ୍ରରେ ଆମେ ଖୁବ୍ ସଂପୃକ୍ତ ଥିଲୁ। ଆମେ ଆମ କାମକୁ ନେଇ ହିଁ ଗମ୍ଭୀର ଥିଲୁ।’

Comments are closed.