କାନାରା ବ୍ୟାଙ୍କରେ ୪୨୮ କୋଟିର ଠକେଇ

ନୂଆଦିଲ୍ଲୀ: କାନାରା ବ୍ୟାଙ୍କରୁ ୪୨୮.୫୦ କୋଟି ଟଙ୍କାର ଋଣ ଠକେଇ କରିଥିବା ଅଭିଯୋଗରେ ପିଏସ୍‌ଏଲ୍‌ ଗ୍ରୁପ୍ ବିରୋଧରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି। ସିବିଆଇ ପକ୍ଷରୁ ଆଜି ମୁମ୍ବାଇ ଓ ଗୁଜରାଟର କଚ୍ଛ୍‌ର ସାତଟି ସ୍ଥାନରେ ଚଢ଼ଉ କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ସିବିଆଇ ଏହାର ଏଫ୍‌ଆଇଆର୍‌ରେ କଂପାନିର ନିର୍ଦେଶକ ଅଶୋକ ଯୋଗେନ୍ଦ୍ର ପୁଞ୍ଜ, ରାଜିନ୍ଦର କୁମାର ବାହରି, ଚିତ୍ତରଞ୍ଜନ କୁମାର, ଜଗଦ୍ଦୀଶ ଚନ୍ଦ୍ର ଗୋଏଲ ଓ ଆଲୋକ ଯୋଗେନ୍ଦର ପୁଞ୍ଜଙ୍କ ନାମକୁ ଅଭିଯୁକ୍ତ ତାଲିକାରେ ଯୋଡ଼ିଛି। ୨୦୧୬-୧୯ ମଧ୍ୟରେ ଷଡ଼୍‌ଯନ୍ତ୍ର କରି ଅଭିଯୁକ୍ତମାନେ କାନାରା ବ୍ୟାଙ୍କରୁ ନେଇଥିବା ପାଣ୍ଠିକୁ ଅନ୍ୟତ୍ର ପଠାଇ ଦେଇଥିଲେ।

Comments are closed.