ବ୍ଲୁ ଟିକ୍‌ ସବ୍‌ସ୍କ୍ରିପସନ୍‌ ଯୋଜନା ବଦଳାଇଲେ ଏଲନ ମସ୍କ, ଜାଣନ୍ତୁ କାରଣ

ନୂଅଦିଲ୍ଳୀ: ରି-ଲଞ୍ଚ୍‌ ହେବାକୁ ଥିବା ଟ୍ବିଟର୍‌ର ବ୍ଲୁ ଟିକ୍‌କୁ କମ୍ପାନିର ମାଲିକ ଏଲନ ମସ୍କ ଏବେ ପାଇଁ ସ୍ଥଗିତ ରଖିଛନ୍ତି। ନକଲି ଆକାଉଣ୍ଟ୍‌ ବିରୋଧରେ ପଦକ୍ଷେପ ନେବାରେ ଏହା ବାସ୍ତବରେ ପ୍ରଭାବଶାଳୀ ବୋଲି କମ୍ପାନି ନିଶ୍ଚିତ ହେବା ପରେ ଯାଇ ଏହାକୁ ଜାରି କରାଯିବ। ବ୍ଲୁ ଟିକ୍‌ ପେଡ୍‌ ସବ୍‌ସ୍କ୍ରିପସନ୍‌ ପାଇଁ ଲୋକଙ୍କୁ ଏବେ ଅପେକ୍ଷା କରିବାକୁ ପଡ଼ିବ।

ନିକଟ ଅତୀତରେ ମସ୍କ ଘୋଷଣା କରିଥିଲେ ଯେ ନଭେମ୍ବର ୨୯ରୁ ବ୍ଲୁ ଟିକ୍‌ ସବ୍‌ସ୍କ୍ରିପସନ୍‌ ଯୋଜନା ଆରମ୍ଭ ହୋଇଯିବ। ସୋମବାର ମସ୍କ ପୁଣି ଭିନ୍ନ ଘୋଷଣା କରିଥିବାରୁ ଏହାକୁ ଆରମ୍ଭ କରିବାକୁ ଆହୁରି ସମୟ ଲାଗିବ ବୋଲି ସ୍ପଷ୍ଟ ହୋଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ବିପୁଳ ଅନୁଗାମୀ ଥାଇ ସୁଦ୍ଧା ସମ୍ମାନଜନକ ‘ବ୍ଲୁ ଟିକ୍‌’ରୁ ବଞ୍ଚିତ କରାଯାଇଛି ବୋଲି ଜଣେ ଟୁଇଟର୍‌ ବ୍ୟବହାରକାରୀ ଅଭିଯୋଗ କରିବାରୁ ‘ପ୍ରୋଫାଇଲ୍‌ ନେମ୍’ ସମ୍ମୁଖରେ ‘ବ୍ଲୁ ଟିକ୍‌’ ସଂଯୋଗ କରୁଥିବା ‘ପ୍ଲାଟ୍‌ଫର୍ମ’ର ଯାଞ୍ଚ ପ୍ରକ୍ରିୟା ନବୀକରଣ ଚାଲିଛି ବୋଲି ‘ଟୁଇଟର୍‌’ର ନୂଆ ମାଲିକ ଏଲନ୍‌ ମସ୍କ୍‌ କହିଥିଲେ। ତାପରେ ପରେ କମ୍ପାନି ଖୁବ୍‌ ଶୀଘ୍ର ବ୍ୟବହାରକାରୀଙ୍କ ଠାରୁ ଦେୟ ନେବ ବୋଲି ଘୋଷଣା କରିଥିଲେ ମସ୍କ। ଆଗାମୀ ୨୯ ତାରିଖରୁ ୮ ଡଲାର ଦେୟ ଦେଲେ ବ୍ଲୁ ଟିକ୍‌ପେଡ୍‌ ସବ୍‌ସ୍କ୍ରିପସନ୍‌ ଯୋଜନା ଲାଗୁ ହେବାର ଥିଲା।

Comments are closed.