ଅହମଦାବାଦ : ଦିଲ୍ଲୀ ଅବକାରୀ ନୀତିରେ ଅନିୟମିତତା ଅଭିଯୋଗକୁ ନେଇ ସିବିଆଇ ଜାଲରେ ଛନ୍ଦି ହୋଇପଡିଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଜେପି ବିରୋଧରେ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ଗୁଜରାଟ ଅହମଦାବାଦରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହ ସାମ୍ବାଦିକ ସମ୍ମିଳନୀରେ ସିସୋଦିଆ କହିଛନ୍ତି ଯେ ବିଜେପି ପ୍ରତିଶୋଧ ପରାୟଣ ପୂର୍ବକ ତାଙ୍କ ବିରୋଧରେ ସିବିଆଇକୁ ଉପଯୋଗ କରିଛି। ସେ କହିଛନ୍ତି ଯେ ବିଜେପି ତାଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦ ଯାଚିଥିଲା। କାରଣ ଦିଲ୍ଲୀ ପାଇଁ ବିଜେପିରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନଥିଲେ। ମାତ୍ର ବିଜେପିର ଏପରି ପ୍ରସ୍ତାବକୁ ସେ ଅଗ୍ରାହ୍ୟ କରିଥିଲେ। ଆମ୍ ଆଦମୀ ପାର୍ଟି (ଆପ୍)ରେ ବିଭାଜନ ସୃଷ୍ଟି କରିବା ପ୍ରତିବଦଳରେ ବିଜେପି ତାଙ୍କୁ ଏପରି ପ୍ରସ୍ତାବ ଦେଇଥିଲା। ଆଉ ମଧ୍ୟ ତାଙ୍କ ବିରୋଧରେ ସିବିଆଇ ଓ ଇଡି ଦ୍ବାରା ରୁଜୁ ସମସ୍ତ ମାମଲାକୁ ପ୍ରତ୍ୟାହାର କରି ନିଆଯିବାର ପ୍ରସ୍ତାବ ବିଜେପି ତାଙ୍କୁ ଦେଇଥିଲା। ବିଜେପିର ପ୍ରସ୍ତାବରେ ସେ ସମ୍ମତି ପ୍ରକାଶ ନ କରିବାରୁ ଦଳ ଏବେ ପ୍ରତିଶୋଧ ନେଉଛି। ସିସୋଦିଆ କହିଛନ୍ତି ଯେ ‘ମୁଁ ସେମାନଙ୍କୁ (ବିଜେପି) ସ୍ପଷ୍ଟ ଉତ୍ତର ଦେଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମୋର ରାଜନୈତିକ ଗୁରୁ। ମୁଁ ତାଙ୍କ ଠାରୁ ରାଜନୀତି ଶିଖିଛି। ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ହେବାକୁ ମୁଁ ରାଜନୀତିକୁ ଆସି ନାହିଁ।’ ସିସୋଦିଆଙ୍କ ଏପରି ଅଭିଯୋଗକୁ ବିଜେପି ନେତା ଗୌରବ ଭାଟିଆ ଖଣ୍ଡନ କରିଛନ୍ତି। ଦିଲ୍ଲୀ ଅବକାରୀ ନୀତି ବିରୋଧରେ ସିବିଆଇ ଯେଉଁ ତଦନ୍ତ କରୁଛି ତାହା କେଜରିୱାଲଙ୍କୁ ରୋକିବାର ପ୍ରୟାସ। ଗୁଜରାଟରେ ଆପ୍ ନୂଆ ଆଶା ବାନ୍ଧି ଥିବାବେଳେ ବିଜେପି ଏହାକୁ ରୋକିବାକୁ ଚେଷ୍ଟା କରୁଛି। ଆପ୍ର ନିର୍ବାଚନ ପ୍ରଚାର ନିମନ୍ତେ କେଜରିୱାଲ ଓ ସିସୋଦିଆ ଦୁଇ ଦିନିଆ ଗୁଜରାଟ ଗସ୍ତ ।
Sign in
Sign in
Recover your password.
A password will be e-mailed to you.
Comments are closed.