ଧୋଡ୍ରାରେ ନବୀନଙ୍କ ଜନ୍ମଦିନ ପାଳିଲେ ବିଜେଡି କର୍ମୀ

0

ଝରୀଗାଁ ୧୭/୧୦(ନକୁଳ ଭତ୍ରା): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଧୋଡ୍ରା ହାଟପଦା ଠାରେ ବିଜେଡି ପକ୍ଷରୁ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏହି ଅବସରରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଶହ ଶହ ବିଜେଡି କର୍ମୀ ଏକତ୍ରିତ ହୋଇ ନବୀନ ବାବୁଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଥିଲେ। ବିରାଟ କେକ୍ କାଟି ଜନ୍ମଦିନ ପାଳନ କରାଯାଇଥିଲା ଓ ଉପସ୍ଥିତ ଜନତାଙ୍କୁ ମିଠା ବଣ୍ଟନ କରାଯାଇଥିଲା। ପୁରା ହାଟପଦା ପରିସର ନବୀନ ବାବୁ ଜିନ୍ଦାବାଦ ସ୍ଲୋଗାନରେ କମ୍ପି ଉଠିଥିଲା।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ସମେତ ୨ନଂ ଜୋନ ସଭାପତି ଚମ୍ପାଲାଲ ପନକା, ଧୋଡ୍ରା ପଞ୍ଚାୟତ ସଭାପତି ମାଧବ ପୂଜାରୀ , ବରିଷ୍ଠ ନେତା ସଞ୍ଜୟ ଗୁପ୍ତା, ମୁକେଶ ଗୁପ୍ତା, ଭିମ ହରିଜନ, ରାକେଶ ଜେନା, ଅରୁଣ ପନକା ,ହେମନ୍ତ ପଲେଇ, ଯୁବ ନେତା ବରୁଣ ପନକା, ସୁରେନ୍ଦ୍ର ହରିଜନ, ଜିତେନ୍ଦ୍ର ଖଣ୍ଡେଇ,ପିଙ୍କୁ ମୁନି,ପିୟୁଷ ରଞ୍ଜନ ସ୍ବାଇଁ,ଶିବ ମହାନ୍ତି, ଚୈତନ୍ୟ ଗୈାଡ, ମୁକେଶ ଗୁପ୍ତା ,ସୂତମ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ। ଧୋଡ୍ରା ପଞ୍ଚାୟତର ସମସ୍ତ ବିଜେଡି କର୍ମୀ ଓ ସମର୍ଥକ ବି ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

ଏହି ଅବସରରେ ନେତାମାନେ ନବୀନ ବାବୁ ଓଡ଼ିଶା ପାଇଁ କରିଥିବା ବିକାଶମୂଳକ କାର୍ଯ୍ୟ, ବିଶେଷ କରି ଗରିବ କଲ୍ୟାଣ ଯୋଜନା, ମିଶନ ଶକ୍ତି, ବିଜୁ ସ୍ୱାସ୍ଥ୍ୟ କାର୍ଡ ଭଳି ଯୋଜନାକୁ ମନେ ପକାଇ ପ୍ରଶଂସା କରିଥିଲେ।

Leave A Reply

Your email address will not be published.