ରାୟଗଡ଼ା:( ଭି ଗୌରୀଶଙ୍କର ରାଓ) MMDR Act-2026 ବିରୋଧରେ ରାୟଗଡ଼ାରେ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ବିକ୍ଷୋଭ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ପ୍ରଥମେ ସ୍ଥାନୀୟ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଦଳୀୟ ନେତା ଓ କର୍ମୀମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ଶତାଧିକ କର୍ମୀଙ୍କ ଉପସ୍ଥିତିରେ ବିଶାଳ ଶୋଭାଯାତ୍ରା ବାହାରିଥିଲା। ହାତରେ ପ୍ଲାକାର୍ଡ ଧରି ଓ ବିଭିନ୍ନ ସ୍ଲୋଗାନ ଦେଇ କର୍ମୀମାନେ MMDR Act-2026 ପ୍ରତ୍ୟାହାର ଦାବି କରିଥିଲେ। ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ଦଳ ପକ୍ଷରୁ ଜିଲ୍ଲାପାଳଙ୍କୁ ଆଶୁତୋଷ କୁଲକର୍ଣ୍ଣି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। MMDR ସଂଶୋଧନ ଆଇନର ବିଭିନ୍ନ ପ୍ରାବଧାନକୁ ନେଇ BJD ନିଜର ଆପତ୍ତି ଜଣାଇବା ସହ ଆଇନ ପ୍ରତ୍ୟାହାର ଦାବି କରିଛି। ଦଳ ପକ୍ଷରୁ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଆହ୍ୱାନ ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.