ଗୋପ: ପୁରୀ ଜିଲ୍ଲା ଗୋପ ବ୍ଲକ୍ ୧୧ ନଂ ଜିଲ୍ଲା ପରିଷଦ ଜୋନ୍ ସଭ୍ୟ ତଥା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ବିନ୍ଦାସ ଚିନୁକୁ ପୁଲିସ ଜେରା କରିଥିବା ଜଣାଯାଇଛି। ଧର୍ମେନ୍ଦ୍ରଙ୍କ ବନ୍ଧୁ ଅକ୍ଷୟ ନାୟକଙ୍କ କଲ ରେକର୍ଡରେ ଚିନୁଙ୍କ ନାମ ଥିବା ଯୋଗୁ ଏହି ପଚରାଉଚରା କରୁଛି ପୁଲିସ। ଧର୍ମେନ୍ଦ୍ରଙ୍କ ସହ ସମ୍ପର୍କ କଣ, କେବେଠାରୁ ଧର୍ମେନ୍ଦ୍ରଙ୍କୁ ଜାଣିଥିଲେ, ଧର୍ମେନ୍ଦ୍ର କାହିଁକି ମାନସିକ ଚାପରେ ଥିଲେ ସେନେଇ ପୁଲିସ ପଚରାଉଚରା କରୁଛି। ପୂର୍ବରୁ ଅକ୍ଷୟ ନାୟକଙ୍କୁ ମଧ୍ୟ ପଚରାଉଚରା ହୋଇଥିଲା।
ସୂଚନାଯୋଗ୍ୟ, ମୃତ ଧର୍ମେନ୍ଦ୍ର ଆତ୍ମହତ୍ୟା କରିବା ପୂର୍ବରୁ ୧ ମିନିଟ ୨୭ ସେକେଣ୍ଡର ଏହି ଅଡିଓ କ୍ଲିପରେ ମୃତ ଧର୍ମେନ୍ଦ୍ର ଅକ୍ଷୟ ନାୟକ ନାମକ ଜଣେ ସାମ୍ବାଦିକଙ୍କ ସହିତ ଫୋନରେ କଥା ହେଉଛନ୍ତି। ଯେଉଁଥିରେ ସେ ସ୍ପଷ୍ଟ ଭାବେ କହିଛନ୍ତି ତାଙ୍କ ମୃତ୍ୟୁ ପାଇଁ ୫ ଜଣ ଦାୟୀ। ସେମାନେ ହେଉଛନ୍ତି ତାଙ୍କ ପତ୍ନୀ, ସମୀର ଦାଶ, ରାଜୁ ନାୟକ ନାତୁଣୀ, ଟୁଲୁ ପାଣି ବୋହୂ, ଶ୍ବଶୁର ଦୁଃଶାସନ ସ୍ବାଇଁ ପ୍ରମୁଖ। ସାମ୍ବାଦିକଙ୍କ ସହିତ କଥାବାର୍ତା ବେଳେ ସେ କହିଛନ୍ତି, ମୁଁ ଆଜି ବଞ୍ଚି ଥାଏ କିମ୍ବା ନ ଥାଏ, ଏ କଥା ଜାଣିଥାଅ। ଧର୍ମେନ୍ଦ୍ର ଓ ସାମ୍ବାଦିକ ଅକ୍ଷୟଙ୍କ ମଧ୍ୟରେ ହୋଇଥିବା ଏହି ଅଡିଓ କ୍ଲିପକୁ ନେଇ ଗୋପ ବ୍ଲକ, ନିମାପଡ଼ା ଓ ଭୁବନେଶ୍ବରରେ ଭିନ୍ନ ଭିନ୍ନ ଆଲୋଚନା ଆରମ୍ଭ ହୋଇ ଗଲାଣି।
ଏ ସମ୍ପର୍କରେ ସାମ୍ବାଦିକ ଅକ୍ଷୟ ନାୟକ କହିଥିଲେ, ଯେଉଁ ରାତିରେ ଧର୍ମେନ୍ଦ୍ର ଆତ୍ମହତ୍ୟା କଲେ ସେହି ରାତି ୧୧ଟାରୁ ୧୨ଟା ମଧ୍ୟରେ ତାଙ୍କୁ ଫୋନ୍ କରିଥିଲେ ଧର୍ମେନ୍ଦ୍ର। ତାଙ୍କୁ କହିଥିଲେ, ମୁଁ ମାନସିକ ଚାପରେ ଅଛି। ପରିବାରରେ ରାଜନୈତିକ ଝଡ଼ ଉଠିଛି। ତୁମ ଉପରେ ମୋର ଭରସା ଅଛି, ଆପଣ ଜଣେ ନିରପେକ୍ଷ ଓ ବିଶ୍ବାସଯୋଗ୍ୟ ସାମ୍ବାଦିକ। ତେଣୁ ମୁଁ ଯାହା କହୁଛି ତୁମେ ଶୁଣ, ତୁମେ କିଛି କୁହ ନାହିଁ, କେବଳ ରେକର୍ଡ଼ିଂ କର। ସାମ୍ବାଦିକ ଅକ୍ଷୟ ତାଙ୍କୁ ବାରମ୍ବାର ବୁଝାଇ ଫୋନ୍ କାଟି ଦେଇଥିଲେ ମଧ୍ୟ ଧର୍ମେନ୍ଦ୍ର ତାଙ୍କୁ ୩ ଥର ଫୋନ୍ କରିଥିଲେ ବୋଲି ସେ କହିଛନ୍ତି। ଅକ୍ଷୟ କହିଥିଲେ, ଧର୍ମେନ୍ଦ୍ର ୭ ଜଣଙ୍କୁ ଦାୟୀ କରିଛନ୍ତି। ପୁଲିସ ଯଦି ଚାହିଁବ ମୁଁ ପୁଲିସକୁ ଅଡିଓ କ୍ଲିପ୍ ଦେବା ସହିତ ସବୁ କଥା ମଧ୍ୟ ଜଣାଇ ପାରିବି। ଏହା ଦ୍ବାରା ଜଣେ ବ୍ୟକ୍ତିଙ୍କ ଆତ୍ମା ଶାନ୍ତି ପାଇ ପାରିବ ବୋଲି ଅକ୍ଷୟ କହିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Comments are closed.