ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ବଲାଙ୍ଗୀର ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ) ରାଘବ ପାଣିଗ୍ରାହୀ। ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, କୌଣସି ଏକ ଅଭିଯୋଗକୁ ନେଇ ପାଟଣାଗଡ଼ ରମାଇ ହାଇସ୍କୁଲର ସହକାରୀ ଶିକ୍ଷକ ସୁରେଶ ମେହେରଙ୍କ ନାଁରେ ବିଭାଗୀୟ ତଦନ୍ତ ଚାଲିଥିଲା। ତଦନ୍ତକାରୀ ଅଧିକାରୀ ଭାବେ ବଲାଙ୍ଗୀର ବିଇଓ ରାଘବ ପାଣିଗ୍ରାହୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତଦନ୍ତ ସମୟରେ ସପକ୍ଷରେ ରିପୋର୍ଟ ଦେବା ପାଇଁ ବିଇଓ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ବଲାଙ୍ଗୀର ଭିଜିଲାନ୍ସ ବିଭାଗକୁ ଖବର ଦେଇଥିଲେ ଅଭିଯୋଗକାରୀ ଶିକ୍ଷକ। ପୂର୍ବ ଯୋଜନା ମୁତାବକ ବୁଧବାର ଅଫିସ ଭିତରେ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା। ଲାଞ୍ଚ ଟଙ୍କାକୁ ଜବତ କରିବା ସହ ବିଇଓ ଶ୍ରୀ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ବିଇଓ ଶ୍ରୀ ପାଣିଗ୍ରାହୀଙ୍କ ଘର ଓ ଅଫିସରେ ବି ଭିଜିଲାନ୍ସ ଚଢ଼ଉ କରିଛି।
Sign in
Sign in
Recover your password.
A password will be e-mailed to you.
Comments are closed.