ବିଜୁ ପଟ୍ଟନାୟକ ଖେଳ ପଡିଆଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ବର : ଭୁବନେଶ୍ବରକୁ ସବୁଜ ସୁନ୍ଦର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଖିବା ସ୍ବପ୍ନକୁ ସାକାର କରିବା ପାଇଁ ଆଜି ବିଜୁ ଜନତା ଦଳ ବଦ୍ଧପରିକର ବୋଲି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତ ନିଜର ମତ ରଖିଥିଲେ ଏବଂ ପ୍ରତ୍ୟକ ୱାର୍ଡରେ ବୃକ୍ଷରୋପଣ ସହିତ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ , ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥ୍ ଭାବରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଯୋଗ ଦେଇ, ଖାଲି ଗଛ ଲଗାଇଦେଲେ ହେବନାହିଁ ତାର ଉପଯୁକ୍ତ ଯତ୍ନ ଓ ସୁରକ୍ଷା ନେବା ପାଇଁ ଅନୁରୋଧ କରିଥିଲେ । ଆମେ ଯେଉଁଭଳି ଭାବେ ଛୁଆଟିର ଯତ୍ନ ନେଉଛେ ଠିକ ସେହିଭଳି ଭାବରେ ଗଛଟିକୁ ବଞ୍ଚାଇ ରଖୁବା ପାଇଁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ବଳବନ୍ତରାୟ ନିଜର ମତ ରଖିଥିଲେ । ଅନ୍ୟତମ ଅତିଥ୍ ଭାବରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବ୍ୟୋମକେଶ ରାୟ, ବରିଷ୍ଠ ନେତା ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପାତ୍ର, ଯୁବନେତା କୁନ ବିହାରୀ ଦାସ ଦୁର୍ଗା ସାମନ୍ତରାୟ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କଂହ୍ନର, ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ମିନୁଶ୍ରୀ ଖୁଣ୍ଟିଆ, ଶ୍ରୀମତୀ ଜୟନ୍ତୀ ସାହୁ, ଶେଖ ନୁର ହାସନ, ମୋନାଲିଶା ବେହେରା, ପ୍ରଭାସିନୀ ମହାନ୍ତି,

ଶ୍ରୀମତୀ ପିଙ୍କି ସ୍ବାଇଁଙ୍କ ସମେତ ଯୁବ ଜନତା ଦଳର ଚିତ୍ତ ରଞ୍ଜନ ଦାସ, ତାରିଣୀ ନାୟକ, ଧୃତି ମାର୍ଥା, ଆଦିକନ୍ଦ ରାଉତ, ପ୍ରତାପ ରାଉତରାୟ, ନିର୍ମଳ ରାଉତ, ଗ୍ରାମର ମୁରବି ଚୈତନ୍ୟ ଦାସ, ଦିଲ୍ଲୀପ ସ୍ବାଇଁଙ୍କ ସମେତ ବହୁ ଏସ ଏଚ ଜି ର ମା ମାନେ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।

ମାନ୍ୟବର ବିଧାୟକଙ୍କ ପାଣ୍ଠିରୁ ଅନୁମୋଦିତ ହୋଇଥୁବା ଚକେଇସିହାଣୀ ଠାରେ ଡି ଏନ ୟୁଥ କ୍ଲବର କ୍ଲବ ଘରକୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତଙ୍କ ସହିତ ଅନ୍ୟ ବିଧାୟକ ମାନେ ଉଦଘାଟନ କରିଥିଲେ ।

Comments are closed.