ସ୍ନାନଯାତ୍ରା
ଅମରନାଥ ବାରିକ୍
ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂରତି
ଦିଶୁଛନ୍ତି କେଡ଼େ ମନଲୋଭା ବେଶ
ଯା’ ପାଦ ସେବନ୍ତି ପଣ୍ଡା ପରିହାରି
ସେହି ବ୍ରହ୍ମଦାରୁ ଉତ୍କଳ ନରେଶ ।
ଫୁଲଚୂଳ ଛତା ମୟୂର ଚନ୍ଦ୍ରିକା
ଘଣ୍ଟଘଣ୍ଟା ଶଙ୍ଖ କାହାଳୀ ବାଜାରେ
ରତନ ବେଦୀରୁ ସ୍ନାନ ମଣ୍ଡପକୁ
ଆସନ୍ତି ଠାକୁର ଭକତ ମେଳରେ ।
ଚନ୍ଦନ ପୂର୍ଣ୍ଣିମା ଠାରୁ ସ୍ନାନ ଯାଏଁ
ଶହେ ଆଠ କଳସରେ ଲୋଡ଼ା ପାଣି
ପବିତ୍ର ସୁବାସ ଜଳରେ ଦିଅଁଙ୍କୁ
ସ୍ନାନ ଯାତ୍ରା କରିଥାନ୍ତି ତେବେ ଆଣି ।
ଏହି ଲୀଳାଖେଳା ପହଣ୍ଡି ଭୋଗରେ
କାଇଁଚ ମାଳିରେ ସଜାନ୍ତି ଦଇତା
ତିନି ଠାକୁରଙ୍କ ତିନୋଟି ଟାହିଆ
ସୁଦର୍ଶନ ମହାପ୍ରଭୁଙ୍କୁ ପଇତା ।
କୃପାଦୃଷ୍ଟି ଢ଼ାଳି କରିବେ କଲ୍ୟାଣ
ଅଗତିର ଗତି ସେ ଦୁଃଖ ନାଶନ
ହରିନେବେ ଦୁଃଖ ଆଦ୍ୟ ଆଷାଢ଼ରେ
ରଥ ପାଇଁ ସଜ ପତିତ ପାବନ ।
କୟାଁ, ମଙ୍ଗଳପୁର, ଯାଜପୁର
ଦୂରଭାଷ ୯୫୪୦୩
Comments are closed.