ବୁଗୁଡ଼ା, ୦୯-୦୨-୨୬ : (ଡ. କୁମୁଦ ଚନ୍ଦ୍ର ବେହେରା) ଗଞ୍ଜାମ ଜିଲ୍ଲାର ବାଲିପଦର ଗ୍ରାମର ମା’ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଦଶମ ବାର୍ଷିକ ଉତ୍ସବରେ ଯୋଗଦେଇ ଅତିଥି ବୃନ୍ଦ ସମଗ୍ର ବସୁଧା ଏକ କୁଟୁମ୍ବ ଭାବେ ମାନସିକ ସ୍ତରରେ ଚିନ୍ତା କରିବା ଆବଶ୍ଯକତା ରହିଛି ବୋଲି ଛାତ୍ରଛାତ୍ରୀ ବୃନ୍ଦକୁ ପରାମର୍ଶ ଦେଇଛନ୍ତି। ପରିବାର କହିଲେ ବାପା, ମାଆ, ଭାଇ, ଭଉଣୀ ଓ ନିଜ ଭିତରେ ସିମୀତ ନରଖି “ବସୁଧୈବ କୁଟୁମ୍ବକମ୍” ନିତୀ ଆପଣେଇ ପାରିଲେ ବିଶ୍ବ ଶାନ୍ତି ସମ୍ଭବ ହୋଇ ପାରିବ ବୋଲି ଅତିଥିମାନେ ନିଜର ମତବ୍ୟକ୍ତ ରଖିଥିଲେ। ଶିକ୍ଷାନୁଷ୍ଠାନର ସଭାନେତ୍ରୀ ପୁଷ୍ପାଞ୍ଜଳି ବାଡତ୍ୟାଙ୍କ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ଯ ଅତିଥି ଭାବେ “ପ୍ଳସ୍ ଷ୍ଟାର ଇଞ୍ଜିନିୟରିଂ ଗୃପ୍” ନିର୍ଦ୍ଦେଶକ ଇଂ. ଲକ୍ଷ୍ମୀ ପ୍ରସାଦ ନାୟକ, ସ୍ବତନ୍ତ୍ର ଅତିଥି ଭାବେ ଅବସରପ୍ରାପ୍ତ ପ୍ରିନ୍ସପାଲ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ବେଗୁନିଆପଡ଼ା ଥାନା ଆଇଆଇସି ଭଗବାନ ପୂଜାରୀ, ସମାଜସେବୀ ରବୀନ୍ଦ୍ର କୁମାର ପରିଡା, ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ, ପୂର୍ବତନ ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ଜେନା, ମହୋତ୍ସବ କମିଟିର ଜି. ସଞ୍ଜିବ କୁମାର ପାତ୍ର, କେ. ମନୋଜ କୁମାର ଆଚାରୀ ଓ କାହ୍ନୁଚରଣ ବାଡତ୍ୟା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ଶତାଧିକ ଅଭିଭାବକ ଯୋଗଦେଇ ଥିବା ବେଳେ ସୁଶାନ୍ତ କୁମାର ବେହରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଶେଷରେ ସମାଜସେବୀ ଖଲି ପରିଡା ଧନ୍ଯବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.