ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ ଲିଗ୍‌ କ୍ରିକେଟ ମ୍ୟାଚ ଖେଳାଯିବ।

କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ ଲିଗ୍‌ କ୍ରିକେଟ ମ୍ୟାଚ ଖେଳାଯିବ। ଆସନ୍ତା ସେପ୍ଟେମ୍ବର ମାସରେ ଟୁର୍ଣ୍ଣାମେଣ୍ଟର ୩ଟି ମ୍ୟାଚ ଖେଳାଯିବ। ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) ସଂପାଦକ ସଂଜୟ ବେ‌ହେରା ବୁଧବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ବାରବାଟୀ ଷ୍ଟାଡିୟମରେ ଆସନ୍ତା ସେପ୍ଟେମ୍ବର ୨୭, ୨୯ ଓ ୩୦ ତାରିଖରେ ଖେଳାଯିବ। ଲିଜେଣ୍ଡ କ୍ରିକେଟ ଲିଗର ପ୍ରଥମ ସଂସ୍କରଣ ଓମାନରେ ଖେଳାଯାଇଥିଲା। ଏହାର ଦ୍ବିତୀୟ ସଂସ୍କରଣ ଭାରତରେ ଖେଳାଯିବ। ଶ୍ରୀ ବେହେରା କହିଛନ୍ତି ଯେ, ଲିଜେଣ୍ଡ ଲିଗ କ୍ରିକେଟ କଟକ ସମେତ କୋଲକାତା, ଲକ୍ଷ୍ନୌ, ନୂଆଦିଲ୍ଲୀ, ରାଜକୋଟଓ ଯୋଧପୁରରେ ଆୟୋଜନ ହେବ। ଆୟୋଜକ ଆବସୋଲୁଟ ପ୍ରାଇଭେଟ ଲିମିଟେଡ (absolute private limited) ଦ୍ବାରା ଅନଲାଇନରେ ଟିକେଟ ବିକ୍ରି ହେବ। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ଗୌତମ ଗମ୍ଭୀର, ୟୁସଫ ପଠନ, ଯୁବରାଜ ସିଂହ ଏହି ମ୍ୟାଚରେ ଯୋଗ ଦେବେ। ସୋନୀ ନେଟୱାର୍କରେ ଏହି ମ୍ୟାଚଗୁଡ଼ିକର ପ୍ରସାରଣ ହେବ।

ଓଡ଼ିଆ କ୍ରିକେଟର ପ୍ରଜ୍ଞା ଓଝା ମଧ୍ୟ ଲିଜେଣ୍ଡ କ୍ରିକେଟ ଲିଗ ଖେଳିବେ। ସେହିପରି ହରଭଜନ ସିଂହ, ଏସ୍‌ ଶ୍ରୀସନ୍ଥ ମଧ୍ୟ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ। ବିଦେଶୀ ଖେଳାଳିଙ୍କ ମଧ୍ୟରେ କ୍ରି‌ସ ଗେଲ, ସେନ୍‌ ୱାଟସନ, ବ୍ରେଟ୍‌ ଲି, ଜଣ୍ଟି ରୋଡ୍‌ସ, ଡେଲ୍‌ ଷ୍ଟେନ୍‌, ସନତ ଜୟସୁରିଆ ପ୍ରମୁଖ ଜଣାଶୁଣା ଖେଳାଳି ସାମିଲ ଅଛନ୍ତି। ‌ଟୁର୍ଣ୍ଣାମେଣ୍ଟରେ ମୋଟ ୪ଟି ଟିମ୍‌ ଖେଳିବେ। ଆଇପିଏଲ ଭଳି ଏହାର ୪ଟି ପ୍ରାୟୋଜକ ଟିମ୍‌ ଅଛନ୍ତି।

Comments are closed.